ଭାଗବତ ପଢି ପଢି ହେଲାନି ମୋ ଜ୍ଞାନ ଶୁଦ୍ଧି,
ଛିଦ୍ରମୟ ମାଠିଆ ମୋ ବୁଦ୍ଧି।
ଅହର୍ନିଶି ଚାଲିଲି ମୁଁ ଜ୍ଞାନ-ଗଙ୍ଗା ଜଳ ଭରି,
ଗଲା ସବୁ ବୃଥା ଝରି ଝରି ।
ପାର୍ଥିବ ମୋହ ମାୟାରୁ ହେଲାନି ଚିତ୍ତ ନିବୃତ୍ତି,
ଦରପୋଡା କାଠ ମୋ ପ୍ରବୃତ୍ତି।
ଧୋଇ ଚାଲିଲି ମୁଁ ଚିତ୍ତବୃତ୍ତି ଦିବ୍ୟ ଜ୍ଞାନ ନୀରେ,
କଳା ରଙ୍ଗ ରହିଲା ସେଥିରେ।
ସତସଙ୍ଗ ସଂସର୍ଗେ ଦିବ୍ୟ ହେଲାନି ମୋ ମନ,
ଘୁଣଲଗା କାଠ ମୋ ଜୀବନ ।
ଦେଇ ଚାଲିଲି ମୁଁ ଯେତେ ଯାହା ଭକ୍ତି ରସ ପୁଟ,
ନ ମରିଲେ ଅହଂ, କ୍ରୋଧ, କୀଟ।
ପବିତ୍ର ନିତ୍ୟ-ସତ୍ୟ ଆଲୋକ ନ ପାରେ ମୁଁ ଦେଖି,
ଅନ୍ଧକାରେ ଅଭ୍ୟସ୍ତ ମୋ ଆଖି ।
ବନ୍ଦ କରି ବସିଅଛି ମୁଁ ମୋ ଅନ୍ତର୍ଦୃଷ୍ଟି ପଟ,
ସତ୍ୟ ପାଇଁ ନ ଛାଡିବି ବାଟ।
ଭବଭାବମୁଗ୍ଧ, ମାଟି* ପ୍ରେମେ ବନ୍ଧା ମୋର ମଥା,
ନିଶାଖୋର ମୋ ମାନସିକତା।
ବସିଛି ଭବ ମଦଖଟିରେ ମୋହ-ମାୟା କୋଳେ,
ସ୍ଵସ୍ଥାନରୁ ନ ଟଳଇ ତିଳେ ।
ଦ୍ରଷ୍ଟବ୍ୟ...* ମାଟି*..ଭବଭାବ, ଭବବିଭବ ସବୁ କେବଳ ମାଟି।ସମୟକ୍ରମେ ସବୁ ମାଟିରେ ମିଶିବ।ସତ୍ୟ ଓ ନିତ୍ୟ କେବଳ ଈଶ୍ଵର ଓ ଈଶ୍ଵରସ୍ନେହ ।
ଛିଦ୍ରମୟ ମାଠିଆ ମୋ ବୁଦ୍ଧି।
ଅହର୍ନିଶି ଚାଲିଲି ମୁଁ ଜ୍ଞାନ-ଗଙ୍ଗା ଜଳ ଭରି,
ଗଲା ସବୁ ବୃଥା ଝରି ଝରି ।
ପାର୍ଥିବ ମୋହ ମାୟାରୁ ହେଲାନି ଚିତ୍ତ ନିବୃତ୍ତି,
ଦରପୋଡା କାଠ ମୋ ପ୍ରବୃତ୍ତି।
ଧୋଇ ଚାଲିଲି ମୁଁ ଚିତ୍ତବୃତ୍ତି ଦିବ୍ୟ ଜ୍ଞାନ ନୀରେ,
କଳା ରଙ୍ଗ ରହିଲା ସେଥିରେ।
ସତସଙ୍ଗ ସଂସର୍ଗେ ଦିବ୍ୟ ହେଲାନି ମୋ ମନ,
ଘୁଣଲଗା କାଠ ମୋ ଜୀବନ ।
ଦେଇ ଚାଲିଲି ମୁଁ ଯେତେ ଯାହା ଭକ୍ତି ରସ ପୁଟ,
ନ ମରିଲେ ଅହଂ, କ୍ରୋଧ, କୀଟ।
ପବିତ୍ର ନିତ୍ୟ-ସତ୍ୟ ଆଲୋକ ନ ପାରେ ମୁଁ ଦେଖି,
ଅନ୍ଧକାରେ ଅଭ୍ୟସ୍ତ ମୋ ଆଖି ।
ବନ୍ଦ କରି ବସିଅଛି ମୁଁ ମୋ ଅନ୍ତର୍ଦୃଷ୍ଟି ପଟ,
ସତ୍ୟ ପାଇଁ ନ ଛାଡିବି ବାଟ।
ଭବଭାବମୁଗ୍ଧ, ମାଟି* ପ୍ରେମେ ବନ୍ଧା ମୋର ମଥା,
ନିଶାଖୋର ମୋ ମାନସିକତା।
ବସିଛି ଭବ ମଦଖଟିରେ ମୋହ-ମାୟା କୋଳେ,
ସ୍ଵସ୍ଥାନରୁ ନ ଟଳଇ ତିଳେ ।
ଦ୍ରଷ୍ଟବ୍ୟ...* ମାଟି*..ଭବଭାବ, ଭବବିଭବ ସବୁ କେବଳ ମାଟି।ସମୟକ୍ରମେ ସବୁ ମାଟିରେ ମିଶିବ।ସତ୍ୟ ଓ ନିତ୍ୟ କେବଳ ଈଶ୍ଵର ଓ ଈଶ୍ଵରସ୍ନେହ ।
No comments:
Post a Comment