ଆସିବେ ଅବଶ୍ୟ ସେ ଘନଶ୍ୟାମ,
ଠିକଣା ପଚାରି ପଚାରି ତୋ ଧାମ ।
ପ୍ରଥମେ କର ନିଜକୁ ତା ଯୋଗ୍ୟ,
ରଖି ଇନ୍ଦ୍ରିୟ ଭୋଗ ପ୍ରତି ବିରାଗ।
କରି ଦେହ, କର୍ମ, ଚିତ୍ତ ପବିତ୍ର,
କରେ ଯେ ନିଷ୍କାମ ଭକତି ଅର୍ପିତ।
ତା ଡାକ ନ ପାରନ୍ତି ଏଡାଇ ହରି,
ସେ ପରା ଭକ୍ତଙ୍କ ଭକ୍ତ ଦଇତାରୀ।
ଦେଖି ବନ୍ଧୁମାହାନ୍ତିର ବିଷାଦ
ବାଢିଲେ ଅନନ୍ତ ସ୍ଵହସ୍ତେ ପ୍ରସାଦ ,
ଭକ୍ତ ପୀଡାରେ ତା ହୃଦ ପୀଡିତ,
ଭକ୍ତ ଖୁସି ପାଇଁ ଚେଷ୍ଟିତ ସତତ।
ଭକ୍ତ ଦ୍ରୌପଦୀ କୁରୁ ସଭା ସ୍ଥଳେ,
ଲାଞ୍ଛିତ ହୋଇ ଡାକୁଥିଲା ଅକୁଳେ,
ତାଙ୍କର ବିଗଳିତ ହେଲା ମନ,
ବସ୍ତ୍ର ଦେଇ ତ୍ରାଣ କଲେ ତା ସମ୍ମାନ।
ଭୌତିକେ ତାର ନାହିଁ ଦରକାର,
ଅନାବିଳ ସ୍ନେହେ ବଡ ଲୋଭ ତାର,
ଦେଇ ପାରିଲେ ତାକୁ ସେ ସେନେହ,
ପୋଛିବାକୁ ଆସିବେ ସେ ତୋ ଲୁହ।
ଆସିବେ ଅବଶ୍ୟ ସେ ଘନଶ୍ୟାମ,
ଠିକଣା ପଚାରି ପଚାରି ତୋ ଧାମ ।
ଠିକଣା ପଚାରି ପଚାରି ତୋ ଧାମ ।
ପ୍ରଥମେ କର ନିଜକୁ ତା ଯୋଗ୍ୟ,
ରଖି ଇନ୍ଦ୍ରିୟ ଭୋଗ ପ୍ରତି ବିରାଗ।
କରି ଦେହ, କର୍ମ, ଚିତ୍ତ ପବିତ୍ର,
କରେ ଯେ ନିଷ୍କାମ ଭକତି ଅର୍ପିତ।
ତା ଡାକ ନ ପାରନ୍ତି ଏଡାଇ ହରି,
ସେ ପରା ଭକ୍ତଙ୍କ ଭକ୍ତ ଦଇତାରୀ।
ଦେଖି ବନ୍ଧୁମାହାନ୍ତିର ବିଷାଦ
ବାଢିଲେ ଅନନ୍ତ ସ୍ଵହସ୍ତେ ପ୍ରସାଦ ,
ଭକ୍ତ ପୀଡାରେ ତା ହୃଦ ପୀଡିତ,
ଭକ୍ତ ଖୁସି ପାଇଁ ଚେଷ୍ଟିତ ସତତ।
ଭକ୍ତ ଦ୍ରୌପଦୀ କୁରୁ ସଭା ସ୍ଥଳେ,
ଲାଞ୍ଛିତ ହୋଇ ଡାକୁଥିଲା ଅକୁଳେ,
ତାଙ୍କର ବିଗଳିତ ହେଲା ମନ,
ବସ୍ତ୍ର ଦେଇ ତ୍ରାଣ କଲେ ତା ସମ୍ମାନ।
ଭୌତିକେ ତାର ନାହିଁ ଦରକାର,
ଅନାବିଳ ସ୍ନେହେ ବଡ ଲୋଭ ତାର,
ଦେଇ ପାରିଲେ ତାକୁ ସେ ସେନେହ,
ପୋଛିବାକୁ ଆସିବେ ସେ ତୋ ଲୁହ।
ଆସିବେ ଅବଶ୍ୟ ସେ ଘନଶ୍ୟାମ,
ଠିକଣା ପଚାରି ପଚାରି ତୋ ଧାମ ।
No comments:
Post a Comment