Wednesday 31 October 2018

ସେ ଘର

ଭାବିବନି ବନ୍ଧୁ ଏକାକୀ ନିଜକୁ,
                ପ୍ରଭୁ ଛନ୍ତି ତୋର ସାହା,
ଆଦେଖା ସିନା ସେ ଉପସ୍ଥିତ ସଦା,
                  ଦେଖାଉଅଛନ୍ତି ରାହା।

ରଖି ତୋର ଚିତ୍ତ ତାଙ୍କ ଚରଣରେ,
                   କାର୍ଯ୍ୟ କରୁଥାଅ ନିତ୍ୟ,
ପିତା ସେ ତୋହର ସଦା ହିତକାମୀ,
                ହୁଅ  ତାଙ୍କ ପ୍ରତି ସତ୍ୟ ।

ଯୋଡି ଚାଲୁ ଇଟା ଅସ୍ଥାୟୀ ବାସରେ,
                  ଲଗାଇ ବୁଦ୍ଧି କୌଶଳ,
ସେ ଘରକୁ ଖଣ୍ଡେ ଇଟା ଯୋଡିବାକୁ,
            ନାହିଁ ତୋ ପାଖରେ ବେଳ ।

ଚାରିଦିନ ପରେ ଘରକୁ ଫେରିବୁ,
                 ଚିନ୍ତ ସେ ଘରର କଥା
ପଡି ରହିଯିବ ପାର୍ଥିବ ସମ୍ପଦ,
             ସମ୍ବନ୍ଧ, ସୁଖ ଓ ବ୍ୟଥା ।

ମାଟି ସବୁ ଦିନେ ମାଟିରେ ମିଶିବ,
               ଛାଡ଼ିବୁ ଯେବେ ତୁ ଦେହ,
କର୍ମ ଏକା ଆତ୍ମା ସଙ୍ଗତରେ ଯିବ
                 ସେଥିକୁ ସତର୍କ ରହ। 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...