Sunday 3 February 2019

କିଆଁ ଅବା କାର୍ଯ୍ୟ କରିବି ମୁଁ ଗଡବଡ ?

ବୟସ ମୋର ଲୋଡିଲାଣି କାଠଗଡ,
କିଆଁ ଅବା କାର୍ଯ୍ୟ କରିବି ମୁଁ ଗଡବଡ ?

ସବୁ ରହିଯିବ ଏଠି ସାଥିରେ ନ ଯିବ କିଛି,
ଧନ,ସମ୍ପତ୍ତି, ଯାହା ବି ମୁଁ ସାଇତି ରଖିଛି,
ସାଙ୍ଗ-ସାଥି, ପ୍ରିୟା-ପ୍ରୀତି, ଯାହା ବି ଅର୍ଜିଛି,
ସମୟ ଠାରୁ ବଳିୟାର କି ଆଉ କିଛି ଅଛି?
କିସ ପାଇଁ  ଦେଖିବି ମୁଁ ସ୍ଵପ୍ନ ବଡ ବଡ,
କିଆଁ ଅବା କାର୍ଯ୍ୟ କରିବି ମୁଁ ଗଡବଡ ?

ଖୋଲା ଖୋଲି କରିବି ମୁଁ  ଯାହାବି କରିବି,
ଲୁଚା ଚୋରା କାମରେ ମୁଁ କାହିଁକି ରହିବି,
ଆଇନା ଦେଖି ମୁଁ କିଆଁ ଲଜ୍ଜିତ ହୋଇବି,
ହରିଙ୍କୁ ଦିନେ ନା ଦିନେ ଜବାବ ତ ଦେବି,
କିଆଁ ଯମକୁ କହିବି ଛାଡ ମୋତେ ଛାଡ
କିଆଁ ଅବା କାର୍ଯ୍ୟ କରିବି ମୁଁ ଗଡବଡ ? 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...