Friday 1 February 2019

ଅକିଞ୍ଚନ ଜୀବ ଧନ

କୈବଲ୍ୟଦାତା ହେ ଆରତ ତ୍ରାଣ,
ବୁଡିଲି ବୁଡିଲି ରଖ ପ୍ରାଣ।
ଟାଣୁଛି ମୋ ଗୋଡ ଧରି ଦୁଖ ନକ୍ର ,
ଛେଦ ଦେଇ ଦୃଷ୍ଟି ଚକ୍ର ହେ,
ପ୍ରାଣ ରଖ ନାରାୟଣ। 

ତୁଳା ତୁଲ୍ୟ ହରି ମୋର ଏ କଷଣ,
ତାକୁ ବାଡବାନଳ ଆପଣ,
ନ କରି ବିଳମ୍ବ ଦାସକୁ ଉଦ୍ଧାର,
ବଡ କୃପା ହେବ ତୋର ହେ, 
ଧରିଛି ତୁମ ଚରଣ।

ତ୍ରାଣ ବିଧି ଔଷଧି ତୁମେ ଜାଣ,
ବଡ କୁଶଳୀ ମୋ ଯଦୁରାଣ,
ତୁମ ବଡ ପଣେ କରିଛି ଭରସା,
ଫେଡ ମୋର ଏ ଦୁର୍ଦଶା ହେ,
କୃପା କରନ୍ତୁ ଆପଣ ।

ହାରିଲେ ହାରିବି ପଛେ ମୁଁ ଏ ପ୍ରାଣ,
ହଟିବିନି ତୁମ ଦ୍ଵାରରୁ ଜାଣ,
ନ ହେବି ମୁଁ ରୁଷ୍ଟ ଅବା ଆନ ପ୍ରାଣ
ନ କରିବି ଅଭିମାନ ହେ,
 ଅକିଞ୍ଚନ ଜୀବ ଧନ।








No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...