Monday 7 October 2019

ଚରଣ କମଳ ବନ୍ଦେ ଜଗଜ୍ଜନନୀ

ଚରଣ କମଳ ବନ୍ଦେ ଜଗଜ୍ଜନନୀ,
ସ୍ନେହା, ସ୍ନିଗ୍ଧା, ଶାନ୍ତି ପ୍ରଦାୟିନୀ,
ଜଗ ସୁଖ ଦାୟିନୀ, ମହିଷାମର୍ଦିନୀ,
ଦେବଗଣ ପୂଜିତା ଦିବ୍ୟଶକ୍ତିଧାରିଣୀ,
ଚରଣ କମଳ ବନ୍ଦେ ଜଗଜ୍ଜନନୀ। 

ଚରୁ କାନ୍ତି କୈଳାସ ବିହାରିଣୀ,
ଶର୍ବାଣୀ, ଭବାନୀ ଭବ ଦୁଃଖହାରିଣୀ,
ନମାମି ତେଂ ମାତେ ବିଦ୍ୟାସ୍ଵରୁପିଣୀ
ଶରଣେ ସୁରକ୍ଷା ସନ୍ତୋଷଦାୟିନୀ,
ଚରଣ କମଳ ବନ୍ଦେ ଜଗଜ୍ଜନନୀ। 

ତବ ଚରଣେ ମମ ସୁଖ  ହେ ମହେଶ୍ଵରୀ,
ମମ ସ୍ଵର୍ଗ ମମ ପ୍ରାଣ ତେ ଭୁବନେଶ୍ଵରୀ,
ଦେହିମେ ଦେହିମେ ଶ୍ରଦ୍ଧା  ମାତେଶ୍ଵରୀ,
ହେ ଜଗନ୍ମାତେ, ଦୁର୍ଗେ ସିଂହବାହିନୀ, 
ଚରଣ କମଳ ବନ୍ଦେ ଜଗଜ୍ଜନନୀ। 

ପୁତ୍ରର ସ୍ଥାନ ସଦା ମା'ର ଚରଣରେ, ତେଣୁ  ମା ଦୂର୍ଗାଙ୍କର ଏହି ଚରଣ ବନ୍ଦନା । 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...