Wednesday 16 October 2019

ତାକୁ ହୃଦେ ବାନ୍ଧିବା ନୁହେଁ ସହଜ

ତାକୁ  ହୃଦେ ବାନ୍ଧିବା ନୁହେଁ  ସହଜ,
ତାର ସମ୍ମତି ବିନା ଏ ନୁହେଁ କାର୍ଯ୍ୟ
ତାକୁ ହୃଦେ ବାନ୍ଧିବା ନୁହେଁ  ସହଜ।

ମଉଜ ପ୍ରିୟ ମନ ସର୍ବଦା ଛନ ଛନ,
ରଙ୍ଗ ରସରେ ବୁଡି ରହିବାକୁ ଉଚ୍ଛନ୍ନ,
ତାକୁ ଭାବେ ଢାଳିବା ଦୁରୂହ କାର୍ଯ୍ୟ, 
ତାକୁ  ହୃଦେ  ବାନ୍ଧିବା ନୁହେଁ  ସହଜ।

ତହିଁକୁ ମାୟା ଶକ୍ତି  ଜଗତରେ ପ୍ରବଳ,
ତା ବନ୍ଧନରେ ପଡ଼ି  ହୁଏ ଚିତ୍ତ ଦୁର୍ବଳ,
ଭକତି ନୁହେଁ ଦୁର୍ବଳ ଚିତ୍ତ କାର୍ଯ୍ୟ,
ତାକୁ  ହୃଦେ  ବାନ୍ଧିବା ନୁହେଁ  ସହଜ।

ସବୁଥିରୁ ବାହାରି କଲେ ତାକୁ ଭରସା,
କରି ପାରିଲେ ଶ୍ରଦ୍ଧା ନ ରଖି ମନେ ଆଶା,
ନିଶ୍ଚେ ସଦୟ ହେବେ ସେ ଦେବରାଜ,  
ତାକୁ  ହୃଦେ  ବାନ୍ଧିବା ନୁହେଁ  ସହଜ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...