Saturday 5 October 2019

ନୀଳାଦ୍ରିବିଜେ ୯

ନୀଳାଦ୍ରି ବିଜେ କଲେ ପ୍ରଭୁ ଶ୍ରୀଜଗନ୍ନାଥ,
ନାଚି ନାମ ନାଦ କଲେ ଭକତ ସମସ୍ତ । 

ନୀଳକନ୍ଦରବାସୀଙ୍କ ଏ  କଥା ସୁନ୍ଦର, 
ନ ଦେଖି ଚାକ୍ଷୁଷ କଳିବା ଅତି କଠୋର।  

ନିର୍ବୋଧ ବଦ୍ଧବୁଦ୍ଧିକୁ ଏ ବାଂଶ ଚର୍ବଣ,
ନିବିଷ୍ଟଚିତ୍ତ ଭକ୍ତଙ୍କୁ ଏ ମହତ ଧନ ।   

ପରାତ୍ପର ପରମା ମିଳନର ଏ  କଥା,
ପରମ ପବିତ୍ର ଆନନ୍ଦଦାୟକ ଏ  ଗାଥା ।

ପ୍ରୀତି ଗଭୀରତର ହୋଏ ଦ୍ଵନ୍ଦ ଅନ୍ତରେ,
ପ୍ରବାହ ତୀବ୍ର ହୋଏ ଯେହ୍ନେ  ବ୍ୟବଧାନରେ।

ପ୍ରସ୍ଫୁଟିତ ପୁଷ୍ପ ବାସ ସମ ଏ  ମିଳନ ,
ପ୍ରସାରିତ ହୋଇ ତୁଷ୍ଟ କଲା ଭକ୍ତଙ୍କ ମନ। 

ପ୍ରାଣେ ଥିଲେ ଦୃଢେ ସେ ପ୍ରଭୁ ଜଗଦାନନ୍ଦ,
ପ୍ରାଣୀ ଲୀଳା ଶ୍ରବଣେ ପାଏ ପରମ ଆନନ୍ଦ। 

ଫୁଲ୍ଲଲୋଚନ ପ୍ରଫୁଲ୍ଲିତ କଲେ ଭକ୍ତ  ଚିତ୍ତ  
ଫେରିଲେ ଶ୍ରୀମନ୍ଦିରଶିରି ଶ୍ରୀଜଗନ୍ନାଥ।  

ଫାଟି ପଡିଲା ଶ୍ରୀମନ୍ଦିର ହର୍ଷ  ଉଲ୍ଲାସେ,
ଫେରିଲା ଫୁର୍ତି ପ୍ରାଣରେ କି ନିଶା ନାଶେ। 


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...