Friday 20 March 2020

ତୋ ବିନା ଏ ଜଗତର ହିତ କାହିଁ ନାହିଁଟି,

ତୁହିଟି,
ତୋ ବିନା ଏ ଜଗତର ହିତ କାହିଁ ନାହିଁଟି,
ତୁ ହେବୁ ସଭିଙ୍କ ସାହା ବିଶ୍ଵ ଅଛି ଚାହିଁଟି,
 ତୁହିଟି,
ତୋ ବିନା ଏ ଜଗତର ହିତ କାହିଁ ନାହିଁଟି। 

ତୁହିଟି,
ଏ ମହାମାରୀ ବେଳରେ ତୋ କୃପା କଟାକ୍ଷଟି,
ସକଳ ବିକଳ ପ୍ରାଣୀମାନଙ୍କ ରକ୍ଷକଟି  
ତୁହିଟି,
ତୋ ବିନା ଏ ଜଗତର ହିତ କାହିଁ ନାହିଁଟି।

ତୁହିଟି 
ତୁ ଭୀଷଣ ଅଗ୍ନି ଶିଖା ବ୍ୟାଧି ତୁଳା କୁଢଟି 
କ୍ଷଣେ ଜଳାଇ ପାରିବୁ ମୋ ପ୍ରତ୍ୟୟ ଦୃଢଟି 
ତୁହିଟି,
ତୋ ବିନା ଏ ଜଗତର ହିତ କାହିଁ ନାହିଁଟି। 

ତୁହିଟି,
ଚରଣ ଧରୁଛି ତୋର ମୋ କଳା ଗୋସାଇଁଟି,
ରଖ ବିଶ୍ଵ ଜଗନ୍ନାଥ ହୃଦେ କୃପା ବହିଟି,
 ତୁହିଟି,
ତୋ ବିନା ଏ ଜଗତର ହିତ କାହିଁ ନାହିଁଟି । 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...