Tuesday 24 March 2020

ଚୈତ୍ର ନବରାତ୍ର

ଜଳାଇ ପାରୁନି ତୋ ଦ୍ଵାରେ ପ୍ରଦୀପ ନବରାତ୍ର ଅବସରେ,
 ମା ସିଂହବାହିନୀ ଧରିବୁନି ତ୍ରୁଟି ପୁତ୍ରର ତିଳେ  ଅନ୍ତରେ।

କିଏ ବା ବୁଝିବ ଏ ବେଦନା ମାଆ ଯାହା ପାଉଛି ପ୍ରାଣରେ,
ଜାଣୁ ତୁହି ସିନା କେତେ ସୁଖ ପାଏ ମୋ ମନ ତୋର ସେବାରେ ।

ପୁଅ ପାଇଁ ଆଜି ମାଆର କପାଟ  ଅବରୁଦ୍ଧ ଏ ବେଳରେ
ବିଧିର ଭିଆଣ ଭୋଗିବାକୁ ହେବ ଯା' ଅଛି ମୋ କପାଳରେ।

ଅନ୍ତରେ ଶରଧା ଦୀପଟି ରଖି ମୁଁ ବସିଛି ମା ତୋ ପୟରେ,
ଲୁହ ତୈଳ ଦେଇ ସମର୍ପଣ ବତୀ ଜଳାଇ ତୋ ସମୀପରେ।

ରହିଥିଲେ ଜୀବ ଜାଲିବି ମୁଁ ଦୀପ ପର ବର୍ଷ ତୋ ମନ୍ଦିରେ,
ସେ ଯାଏଁ ମୋ ମନ ରହିଥିବ ବ୍ଯଗ୍ର କଟିବ ଦିନ ଦୁଃଖରେ । 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...