Saturday, 14 July 2018

ରଥ ଯାତରା

ରାତ୍ରି ପାହି ଯେବେ ରବି ହୋଇବେ ଉଦୟ,
ଜନାକୀର୍ଣ ବଡଦାଣ୍ଡ ହେବ ଭାବମୟ ।

ଯା କୃପା ଦରଶ ପାଇଁ ଭକ୍ତ ସମାବେଶ
 ବଡଦାଣ୍ଡକୁ ଆସିବେ ସେ ଜଗତଈଶ ।

ଭାଇ ଭଉଣୀଙ୍କ ସଙ୍ଗେ ରଥେ ବିଜେ ହେବେ,
ଭକତ ପ୍ରେମଲୋତକେ ସିନାନ କରିବେ ।

ରଥର ଘର୍ଘର ଶବ୍ଦ, ଘଣ୍ଟ ଓ ମୃଦଙ୍ଗ, 
ଭଜନ ଜଣାଣେ ଦାଣ୍ଡ ହୋଇବ ବିଭଙ୍ଗ ।

ବନ୍ଧା ଛନ୍ଦା ଆତ୍ମା ହେବ ପରମାତ୍ମା ସଙ୍ଗେ,
 ନଶ୍ଵର ଅବିନଶ୍ଵର ରଙ୍ଗିଯିବେ ରଙ୍ଗେ ।

ଆକାଶ ଅବନୀ ସହ ହେବ ଏକାକାର 
ବିଧି ସୃଷ୍ଟିରେ ଆଜି ମିଳିବ ପରସ୍ପର ।

ଭୁଲିବ ଭକତ ଭବ ପାଇ ତାକୁ ପାଶେ,
ଦଉଡି ଆସିଛି ପୁରୀ ଆଜି ଯେଉଁ ଆଶେ ।

ଜଗତ ଯାକରେ ପରା ପଡିଛି ଡକରା,
ଭକତ ପ୍ରେମରେ ଆଜି ଏ ରଥ ଯାତରା ।


ରଥ ଯାତ

ଭାଇ ଭଉଣୀଙ୍କୁ ସଙ୍ଗତରେ ଧରି,
              କୁଆଡେ ଯାଉଛୁ ମାଡି,
ବଡଦେଉଳକୁ ଶୂନ୍ୟ କରିଦେଇ,
              ଲକ୍ଷ୍ମୀଙ୍କୁ ପଛରେ ଛାଡି ।

ଲକ୍ଷ୍ମୀଙ୍କର କୋପ ବରଷା ପ୍ରକୋପ,
                  ପ୍ରତି ନାହିଁ କି ତୋ ଡର?
ରତ୍ନ ସିଂହାସନ, ଶ୍ରୀ ମନ୍ଦିର ସାଜ
                      କାହିଁକି କରିଲୁ ପର?

ମାଉସୀମାଆଙ୍କ ହାତ ରନ୍ଧା ଖାଦ୍ୟ,
                   ସତେ କି ଏତେ ସୁଆଦ,
କେମିତି ଭୁଲିଲୁ ସତ କରି କହ,
                      ଜଗା ତୁ ମହାପ୍ରସାଦ।

ଜାଣିଛି ମୁଁ ଜଗା ଭକତ ପ୍ରେମରେ,
                    ତୋର ଏହି ଅଭିସାର,
ବରଷକେ ଥରେ ରଥ ଯାତରାରେ,
                  ମନ୍ଦିରୁ ହେଉ ବାହାର।

Friday, 13 July 2018

ଚାରୁ ଚନ୍ଦ୍ରାନନ

ଅପରୂପ ସୌମ୍ୟକାନ୍ତି ଚାରୁ ଚନ୍ଦ୍ରାନନ
ଅନନ୍ତ ଦେଖ ଅନନ୍ତ ସୃଜନେ ନିମଗ୍ନ ।

ହରିଦ୍ରା କୁଙ୍କୁମ ଅଙ୍କା କୃଷ୍ଣ ଭାଲପଟ
ନୀଳ ଆକାଶରେ ଚନ୍ଦ୍ର ଭାସ୍କର ଉଦିତ ।

ଲଳିତ ମୋହକ ମାଥେ ଚନ୍ଦନ ତିଳକ
ତାରା ପଂକ୍ତି କି ଧରାକୁ ଦିଅନ୍ତି ଚମକ ।

ବଇଁଶି ନୁହେଁ ସେ ମୋହନର ମାୟା ଛଡି,
ବର୍ତନ୍ତି ଭଗତେ ଯା'  ସୁର ପ୍ରେମରେ ପଡି ।

ପତ୍ର ପୁଷ୍ପ  ଅର୍ଘେ ପ୍ରକୃତି ଯା'  ପୂଜାରତ
ସେ କୃଷ୍ଣ ଚରଣେ ଚିତ୍ତ ରହୁ ମୋ ସତତ ।

Wednesday, 11 July 2018

THE PEARLS AND FLOWERS


Are flowers more valuable than pearls?
Certainly they are,
At least for me, your adorer
Especially when you cry
And pearls drop down from your eyes,
Or when you smile;
And flowers blossom on your lips.

Every moment I earnestly aspire,
To gather those flowers,
And stop those pearls
From appearing on the surface.

For me and my adoration,
Your smiles and tears matter. 

Tuesday, 10 July 2018

I will never forget.

Forgetfulness is an art,
Maybe you specialize on that,
So you say me to forget thee,
And do that with me.

But for me, it is the word,
That reminds me of another word,
To the dislike of Nepolion Bonaparte,
Impossible is that.

Hence, remember if you can,
The truth, at least this one,
That I will never forget you,
As I didn't love you to forget you,
Before my last breath,
Until I am on this earth.

Saturday, 7 July 2018

MOTHER

You passed away,
 making me indebted my mother,
With your deep affection,
                pain, strains and tears.
 We will have to born,
             on this earth once more,
 I as your son,
                 and you as my mother.
 So that I can serve you,
                       to my satisfaction,
 So that once more,
                       I get your affection.

Wednesday, 4 July 2018

ଅଭିମାନ ଓ ପ୍ରେମ

ଛଳି କୃଷ୍ଣ ସଙ୍ଗେ ଭାବ କରି,
ଦେଖ କି ଭାବେ ଗଲି ମୁଁ ସରି,
ଦୁନିଆ ଯାକର କଷ୍ଟ ମୁଁ ଭୋଗିଲି,
ଦିନେ ଧ୍ୟାନ ନ ଦେଲେ ମୁରାରୀ ।

ରାଧା ସଙ୍ଗେ ପ୍ରୀତି କରିଥିଲେ,
ମଥୁରାରୁ ବାହୁଡି ନୋହିଲେ,
ତେମନ୍ତ ପ୍ରଭୁଙ୍କୁ କରି ମୁଁ ଭରଷା,
ବୁଡି ଗଲି ସିନା  ଚକ୍ଷୁ  ଜଳେ ।

କିନ୍ତୁ ଏ ଲୁହ ରେ ବଡ ସୁଖ,
ପ୍ରତିଫଳିତ ତା ଚନ୍ଦ୍ରମୁଖ,
ଭବ ବିଭବ ମୋ ଲୋଡା ନାହିଁ ହରି,
ତୁମ ଭାବ ବିଭାବରେ ରଖ ।

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...