Friday 13 July 2018

ଚାରୁ ଚନ୍ଦ୍ରାନନ

ଅପରୂପ ସୌମ୍ୟକାନ୍ତି ଚାରୁ ଚନ୍ଦ୍ରାନନ
ଅନନ୍ତ ଦେଖ ଅନନ୍ତ ସୃଜନେ ନିମଗ୍ନ ।

ହରିଦ୍ରା କୁଙ୍କୁମ ଅଙ୍କା କୃଷ୍ଣ ଭାଲପଟ
ନୀଳ ଆକାଶରେ ଚନ୍ଦ୍ର ଭାସ୍କର ଉଦିତ ।

ଲଳିତ ମୋହକ ମାଥେ ଚନ୍ଦନ ତିଳକ
ତାରା ପଂକ୍ତି କି ଧରାକୁ ଦିଅନ୍ତି ଚମକ ।

ବଇଁଶି ନୁହେଁ ସେ ମୋହନର ମାୟା ଛଡି,
ବର୍ତନ୍ତି ଭଗତେ ଯା'  ସୁର ପ୍ରେମରେ ପଡି ।

ପତ୍ର ପୁଷ୍ପ  ଅର୍ଘେ ପ୍ରକୃତି ଯା'  ପୂଜାରତ
ସେ କୃଷ୍ଣ ଚରଣେ ଚିତ୍ତ ରହୁ ମୋ ସତତ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...