Wednesday 4 July 2018

ଅଭିମାନ ଓ ପ୍ରେମ

ଛଳି କୃଷ୍ଣ ସଙ୍ଗେ ଭାବ କରି,
ଦେଖ କି ଭାବେ ଗଲି ମୁଁ ସରି,
ଦୁନିଆ ଯାକର କଷ୍ଟ ମୁଁ ଭୋଗିଲି,
ଦିନେ ଧ୍ୟାନ ନ ଦେଲେ ମୁରାରୀ ।

ରାଧା ସଙ୍ଗେ ପ୍ରୀତି କରିଥିଲେ,
ମଥୁରାରୁ ବାହୁଡି ନୋହିଲେ,
ତେମନ୍ତ ପ୍ରଭୁଙ୍କୁ କରି ମୁଁ ଭରଷା,
ବୁଡି ଗଲି ସିନା  ଚକ୍ଷୁ  ଜଳେ ।

କିନ୍ତୁ ଏ ଲୁହ ରେ ବଡ ସୁଖ,
ପ୍ରତିଫଳିତ ତା ଚନ୍ଦ୍ରମୁଖ,
ଭବ ବିଭବ ମୋ ଲୋଡା ନାହିଁ ହରି,
ତୁମ ଭାବ ବିଭାବରେ ରଖ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...