Saturday 14 July 2018

ରଥ ଯାତରା

ରାତ୍ରି ପାହି ଯେବେ ରବି ହୋଇବେ ଉଦୟ,
ଜନାକୀର୍ଣ ବଡଦାଣ୍ଡ ହେବ ଭାବମୟ ।

ଯା କୃପା ଦରଶ ପାଇଁ ଭକ୍ତ ସମାବେଶ
 ବଡଦାଣ୍ଡକୁ ଆସିବେ ସେ ଜଗତଈଶ ।

ଭାଇ ଭଉଣୀଙ୍କ ସଙ୍ଗେ ରଥେ ବିଜେ ହେବେ,
ଭକତ ପ୍ରେମଲୋତକେ ସିନାନ କରିବେ ।

ରଥର ଘର୍ଘର ଶବ୍ଦ, ଘଣ୍ଟ ଓ ମୃଦଙ୍ଗ, 
ଭଜନ ଜଣାଣେ ଦାଣ୍ଡ ହୋଇବ ବିଭଙ୍ଗ ।

ବନ୍ଧା ଛନ୍ଦା ଆତ୍ମା ହେବ ପରମାତ୍ମା ସଙ୍ଗେ,
 ନଶ୍ଵର ଅବିନଶ୍ଵର ରଙ୍ଗିଯିବେ ରଙ୍ଗେ ।

ଆକାଶ ଅବନୀ ସହ ହେବ ଏକାକାର 
ବିଧି ସୃଷ୍ଟିରେ ଆଜି ମିଳିବ ପରସ୍ପର ।

ଭୁଲିବ ଭକତ ଭବ ପାଇ ତାକୁ ପାଶେ,
ଦଉଡି ଆସିଛି ପୁରୀ ଆଜି ଯେଉଁ ଆଶେ ।

ଜଗତ ଯାକରେ ପରା ପଡିଛି ଡକରା,
ଭକତ ପ୍ରେମରେ ଆଜି ଏ ରଥ ଯାତରା ।


1 comment:

  1. ଚମତ୍କାର ଭାବ, ସୁନ୍ଦର୍ ଶବ୍ଦ ସଂଯୋଜନା, ମନକୁ ମୁଗ୍ଧ କରିଦେଲା ,,, ଏଇ ସୁନ୍ଦର୍ କବିତାଟି,ଧନ୍ୟବାଦ ।

    ReplyDelete

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...