Saturday 14 July 2018

ରଥ ଯାତ

ଭାଇ ଭଉଣୀଙ୍କୁ ସଙ୍ଗତରେ ଧରି,
              କୁଆଡେ ଯାଉଛୁ ମାଡି,
ବଡଦେଉଳକୁ ଶୂନ୍ୟ କରିଦେଇ,
              ଲକ୍ଷ୍ମୀଙ୍କୁ ପଛରେ ଛାଡି ।

ଲକ୍ଷ୍ମୀଙ୍କର କୋପ ବରଷା ପ୍ରକୋପ,
                  ପ୍ରତି ନାହିଁ କି ତୋ ଡର?
ରତ୍ନ ସିଂହାସନ, ଶ୍ରୀ ମନ୍ଦିର ସାଜ
                      କାହିଁକି କରିଲୁ ପର?

ମାଉସୀମାଆଙ୍କ ହାତ ରନ୍ଧା ଖାଦ୍ୟ,
                   ସତେ କି ଏତେ ସୁଆଦ,
କେମିତି ଭୁଲିଲୁ ସତ କରି କହ,
                      ଜଗା ତୁ ମହାପ୍ରସାଦ।

ଜାଣିଛି ମୁଁ ଜଗା ଭକତ ପ୍ରେମରେ,
                    ତୋର ଏହି ଅଭିସାର,
ବରଷକେ ଥରେ ରଥ ଯାତରାରେ,
                  ମନ୍ଦିରୁ ହେଉ ବାହାର।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...