Tuesday 19 June 2018

ହେତୁ ବୁଡିଲା କାଳେ

ତୋତେ ମୁଁ ଧ୍ୟାଇଛି ହେତୁ ପାଇବା ଦିନୁ,
ଦିନେ ଦୂରେଇନି କାହ୍ନା ତୋତେ ମୋ ମନୁ ।

ଜଗତ ପ୍ରଦତ୍ତ ଯାହା କଷଣ ବ୍ୟଥା,
କାନ୍ଦି କହିଛି ମୁଁ ତୋତେ ସବୁ ସେ କଥା ।

ଅନୁଭବ କରିଛି ତୋ ଆଦେଖା ହାତ,
ଅଯାଚିତେ ହରିଛି ମୋ ଦୁଃଖ ସମସ୍ତ।

ଖୁସି ଯେବେ ବାଣ୍ଟିଛି ଗୁପତେ ମୁଁ ତୋତେ,
ଆଖି ବୁଜି ଦେଖିଛି ତୁ ହସୁ କେମନ୍ତେ ।

ମାଲିକ ପଣେ ଜଗତେ ତୁ ଏକା ସାର,
 ଦାସ ପ୍ରଦୀପ୍ତ ମନର ତୁ ଅଧୀଶ୍ଵର ।

ଏତିକି ମିନତୀ କାହ୍ନା ତୋର ଚରଣେ,
ହେତୁ ବୁଡିଲା ବେଳକୁ ଆସିବୁ ମନେ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...