Wednesday 29 May 2019

କଥା ଧରିବନି, ମାନ କରିବନି।

କଥା ଧରିବନି, ମାନ କରିବନି,
ତୁମେ ପରା ସାଥୀ ମୋର । 
ସାରା ଧରା ଦେଖି, ସଭିଙ୍କୁ ଉପେକ୍ଷି,
କଲି ତୁମକୁ ନିଜର । 

ଲୌକିକ ପଦାର୍ଥେ, ଅବା ନ୍ୟସ୍ତ ସ୍ଵର୍ଥେ,
ନାହିଁ  ମୋର କାରବାର। 
ହରି ଭାବ ପାଇଁ, ଶୁଦ୍ଧ ଶ୍ରଦ୍ଧା ନେଇ,
ମନ ଉପସ୍ଥିତ ମୋର । 

ଖୋଲା ମନ ମୋର, କୁଟୀର ତୁମର,
ରୁହ ହୋଇ ସ୍ନେହଭର।
ମୋତେ ଦିଶ ଦିଅ, ତୁମେ ଖୁସି ହୁଅ,
ଏତିକି ଆକାଂକ୍ଷା ମୋର। 

ରହିଲେ ମୌନରେ, ଚାଲିଗଲେ ଦୂରେ,
ମରି ଯିବ ମନ ମୋର।
ଏତିକି ବିଶ୍ଵାସ, ଥିବା ଯାକେ ଶ୍ଵାସ  
କରିବି ନାହିଁ  ମୁଁ ପର।        

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...