Sunday 5 May 2019

ଉଠ ଉତ୍କଳ

ଉଠ ଉତ୍କଳ, ଛିଡା ହୋଇପଡ,
             ଚାଲିବାକୁ ତୁମେ କର ଆରମ୍ଭ,
ପ୍ରକୃତିର ଏହି କୃର ଆଚରଣ,
             ଭାଙ୍ଗି ପାରିବନି ତୁମର ଦମ୍ଭ । 
ଭାଙ୍ଗି ନାହିଁ କେବେ ତୁମର ସାହସ,
        ହାରି ନାହଁ କେବେ କାହାରି ପାଶେ,
ଯା' ଘର ମାଲିକ ପ୍ରଭୁ ଜଗନ୍ନାଥ
          "ଫନି" କିବା ଛାର ତାହା ସକାଶେ।
ଜୀବନ ସମରେ ଏ ଏକ ସଂଘର୍ଷ
                  ସବୁ ଦିନ କିବା ସମାନ ଯାଏ,
ତୁମେ କର୍ମବୀର ତୁମ ପାଇଁ ଏହା,
               ସାମୟିକ ଏକ ସମସ୍ୟା ଟିଏ।
ଉଠାଇ ନିଅ ହେ ବୀରଭୂମିବାସୀ,
         ହାତରେ କୋଦାଳ, ଫାଉଡା କୋଡ଼ି,
ଦେଖାଇ ଦିଅ ଏ ଦୁନିଆ ଲୋକଙ୍କୁ,
                 ଦୁଇ ଦିନେ ନୂଆ ଉତ୍କଳ ଗଢି ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...