Friday 15 March 2019

ସତସଙ୍ଗୀ

କୁହ କେମିତି ଭୁଲିଲ ବନ୍ଧୁ,
ମୋ କଥା, ମୋ ବ୍ୟଥା,
ମୋ ସ୍ନେହ, ମୋ ମମତା।

ହରି ନାମ, ଭାଗବତ ଚର୍ଚା,
ତୁମର କି ମନେ ପଡୁନି,
ପ୍ରଭାତରେ କାକ ରାବ ଶୁଣି ।

ଖାଇସାରି ବିଶ୍ରାମ ନେବାବେଳେ,
ବର୍ଷାର ଅଳସ ଦ୍ଵିପହରରେ,
ଭାବୁନ କି ଅଛି ମୁଁ ପ୍ରତୀକ୍ଷାରେ।

ମୋର ସ୍ନେହସ୍ନିଗ୍ଧ ଶବ୍ଦମନେ,
ସତେ କଣ ହଜି ଯାଉଛନ୍ତି ସହଜରେ
ବର୍ଷାର ମନ୍ଦ ମଧୁର ନିନାଦରେ ।

ରାତ୍ରିର ଅସୁରିକ ଅନ୍ଧକାର,
ସତେ କଣ ଗିଳି ଯାଉଛି କି,
କୃଷ୍ଣ ନାମର ମୋ ମୁଖ ନିସୃତ ଧ୍ଵନିକି।

ଫେରି ଆସ, ହେ ମୋ ଦିବ୍ୟଯାତ୍ରାର ସାଥୀ, 
ଦୋଷ ଧର ନାହିଁ ସାଥୀ, ମୁଁ ବି ଧରିନି,
ରୋଷ କର ନାହିଁ ମିତ, ମୁଁ ବି କରିନି।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...