Tuesday 26 March 2019

ତୁମେ ଏକା ମୋ ଅବଲମ୍ବନ

ତୁମେ ସତ୍ୟ, ତୁମେ ରତ୍ନ,
ତୁମେ ହରି ମୋ ମନ, ଜୀବନ,
ତୁମେ ମୋର ଦିନଚର୍ଜ୍ୟା, 
ତୁମେ ଏକା ମୋ ଅବଲମ୍ବନ।

ତୁମେ ବୁଦ୍ଧି,  ତୁମେ ଜ୍ଞାନ, 
ଦିବାରାତ୍ର  ତୁମ ପଦେ ଧ୍ୟାନ,
ଅନ୍ଧକାର ତୁମ ବିନା,
ଚଉଦିଶ ଅନ୍ତହୀନ ଶୂନ୍ୟ।

ତୁମେ ମୋର ଅନ୍ଵେଷଣ,
ତୁମେ ଏକ ବହୁମୂଲ୍ୟ ରତ୍ନ,
ତୁମେ ସେ ଅଦୃଶ୍ୟ ବାସ୍ତବ 
 ଯିଏ ପ୍ରତି ସାଧକର ପଣ

ଦୁନିଆର କ୍ରୀଡାଙ୍ଗନ,
କିଛି ନୁହେଁ ତୁମ ସ୍ଥିତି ଭିନ୍ନ,
ନିଦ୍ରାବସ୍ଥା ସ୍ଵପ୍ନ  ତୁଲ୍ୟ,
ମୋ ପାଇଁ ସେ ସବୁ ଅର୍ଥହୀନ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...