Friday 15 March 2019

କହ ଜହ୍ନ

କେଉଁଠି ଲୁଚି ରହିଲୁ କହ ଜହ୍ନ,
ରହିଛି ମୁଁ ତୋ ସରଣୀ ଚାହିଁ,
ପ୍ରୀତି ଦଗ୍ଧା, ଲୁହସ୍ନାତା,
ହୀନିମାନି ମୁଁ ତୋ ନୀଳକଇଁ। 

କହିଥିଲୁ ଆସିବୁ ନଭେ,
କୃଷ୍ଣପକ୍ଷ ବିତିଗଲା ପରେ,
ଭୁଲିଲୁ କେମିତି ସେ କଥା,
ମୋ ବ୍ୟଥା ତୁ ଏଡ଼େ ସହଜରେ । 

କେତେ ଅବା ବାକି ମୋର ପ୍ରାଣ,
ମୋ ଦିନ ଏ ସଂସାର ବକ୍ଷ୍ୟରେ,
ଝଡି ଯିବି ଅଦିନେ ଅଚିରେ,
ଝୁରି ଝୁରି ମୁଁ ତୋ ବିରହରେ ।  

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...