Thursday 22 August 2019

ତୁମ ବାଙ୍କ ଚାହାଣି 2

ନନ୍ଦସୁତ କୃଷ୍ଣ ଗୋପାଳମଣି,
ବଡ ଶୁଭ ତୁମ ବାଙ୍କ ଚାହାଣି
ନନ୍ଦସୁତ କୃଷ୍ଣ ଗୋପାଳମଣି,
ଯାହାଠାରେ ତୁମ ଦିବ୍ୟ ଦୃଷ୍ଟି ଗଲା ପଡି,
ବଦଳିଗଲା ତା ଭାଗ୍ୟ କାହାଣୀ,
ନନ୍ଦସୁତ କୃଷ୍ଣ ଗୋପାଳମଣି ।

ସଖା ପଣେ ବରି ଅର୍ଜୁନ,
ତୋ ଚରଣେ ଯାଇ ଶରଣ, 
ସମର୍ପିଲା ତୋ ଠାରେ ମନ,
ତୋତେ ମାନି ଶ୍ରୀନରାୟଣ, 
ଭକତି ଭାବରେ କଲା ଯେବେ ତୋତେ ପ୍ରୀତ
ପାଇଲା ଗୀତାର ଅମୃତ ବାଣୀ। 
ନନ୍ଦ ସୁତ କୃଷ୍ଣ ଗୋପାଳ ମଣି,
ବଡ ଶୁଭ ତୁମ ବାଙ୍କ ଚାହାଣି ।

ସୁଦମାର କପାଳ ବାମ, 
ଭିକ୍ଷାବୃତି ଜୀବନ କର୍ମ, 
ଭକ୍ତି କରି ପରମ ଧର୍ମ,
ଶ୍ରଦ୍ଧାଭରେ ଜପିଲା ନାମ, 
ବାଲ୍ୟସଖାଠାରେ କରି ତୁମେ କୃପା ଦୃଷ୍ଟି,
ଦେଖାଇ ଦେଲ ହେ ତୁମ କରଣି,
ନନ୍ଦ ସୁତ କୃଷ୍ଣ  ଗୋପାଳ ମଣି,
ବଡ ଶୁଭ ତୁମ ବାଙ୍କ ଚାହାଣି ।

ଅତି ଅକିଞ୍ଚନ ତୋ ଦାସ,
ତୋ ଠାରେ ତା ଦୃଢ ବିଶ୍ଵାସ,
ହୋଇ ନିରୁପାୟ  ହେ ଈଶ,
ତୋ କୃପାରେ କରିଛି ଆଶ,
ରଖି ତା ବିଶ୍ଵାସ ବାରେ କୃପା ଦୃଷ୍ଟି ଫେଇ, 
ପୋଛିଦିଅ ତାର ଆଖିରୁ ପାଣି,
ନନ୍ଦ ସୁତ କୃଷ୍ଣ  ଗୋପାଳ ମଣି,
ବଡ ଶୁଭ ତୁମ ବାଙ୍କ ଚାହାଣି।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...