Saturday 24 August 2019

ଜନ୍ମାଷ୍ଟମୀ

ତୋ ଛାମୁରେ ଆଜି ତୋ ଜନ୍ମ ଦିନରେ
                ଯାଚକ ହୋଇ ମୁଁ  ପାତିଛି ହାତ,
ହସ୍ତ ତୋଳି ଦେବୁ ଯେବେ ମୋ ମାଗୁଣି
              ହୋଇବ ତୋହର ଚିତ୍ତ ସମ୍ମତ ।  

ଏ ପୂଣ୍ୟ ଦିନରେ 
          ହୃଦ ମଣ୍ଡପରେ
             ବିରାଜିବୁ ନନ୍ଦସୁତ,
କରି ବଡ ଆଶା 
      ତୋ ଠାରେ ଭରସା
           ଚାହିଁଛି  ମୁଁ ତୋର ପଥ। 

ନୁହେଁ ମୁଁ ପବିତ୍ର
          ଅବା ତୋ ଭକତ
             ମୁଁ ଏକ ନଗଣ୍ୟ ଭୃତ୍ୟ,
ନିଜ ବଡ ପଣେ
        ଆସିବୁ ମୋ ମନେ
            କରି ସେନେହ କିଞ୍ଚିତ । 

ଜାଣି ମୋ ଭାବକୁ
        ମୋ ଚିତ୍ତ ଠାବକୁ 
            କରିବୁ ତୁ ପୂଣ୍ୟ ପ୍ଳୁତ,
ଧରି ତୋ ଚରଣ 
         ଯାଇ ମୁଁ ଶରଣ 
               ଦେବି ପୀରତି ପ୍ରଭୁତ ।  

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...