Sunday 2 December 2018

ଅଥ ପାଗଳ ଉବାଚ..୧

"ମୁଁ କରୁଛି" ବୋଲି ଯେ ବା କରେ ଆସ୍ଫାଳନ,
ଈଶ୍ଵରରେ ଅନାସ୍ଥାର ତା ପ୍ରତିଫଳନ।

" ଅହଂ" ସେ ଅଜ୍ଞାନ କିଲା ଅଭେଦ୍ୟ ଅତୁଟ ,
ଭକ୍ତି ରଶ୍ମୀ ପ୍ରବେଶର  ନାହିଁ ସେଠି ବାଟ । 

ନା ଆସ୍ଥା, ନା ନିଷ୍ଠା ଥାଏ ତାହାଠାରେ ତାର,
ବଦ୍ଧ ବୁଦ୍ଧି ସେ ନ ଜାଣେ  ସୃଷ୍ଟିର ବେଭାର।

ବିଧି ଅବଧିରେ କରେ ଯେବେ ତାର ଖେଳ,
ଅସହାୟ ଶିଶୁ ତୁଲ୍ୟ ହୁଏ ସେ ବିକଳ ।

ଅସତ୍ୟ ପ୍ରମାଣ ହୁଏ ଯାବତ ପାର୍ଥିବ,
ମାଟି ହୋଇ ମିଶି ଯାଏ ମାଟିରେ ତା ଗର୍ବ।

"ରଖ ପ୍ରାଣ" "ରଖ ପ୍ରାଣ" ହୁଏ ସେ ନିଉନ,
ଏ ବେଳେ ସ୍ମରେ କାତରେ ସେ ଦର୍ପଦଳନ।

ସ୍ମରିବାର ଯେବେ ଅଛି ଦିନେ ତା ପୟର,
ବନ୍ଧୁରେ, ଛାଡି ଗର୍ବ ଦମ୍ଭ ତୁମେ ଆଜି ତାକୁ ସ୍ମର ।

ସଂସାର ବିଶାଳ ଜ୍ଞାନ ସାଗର ମୁହିଁ ବିନ୍ଦୁ ତହୁଁ 
ବିଜ୍ଞତା ବଡିମା କରିବି ଛାର ମୁଁ ବା କାହୁଁ ।

କାର୍ଯ୍ୟ କାରଣର ସୂତ୍ରଧର ନଟବର,
ମୁଁ ନଗଣ୍ୟ ଅଭକ୍ତଟି କୃପା ପାତ୍ର ତାର ।

ତାର କୃପା ହାତ ଟେକି ସେ ଯାହା ବି ଦେଲା ,
ପାଗଳ ପ୍ରଳାପ ଜରିଆରେ ଭିଆଇଲା।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...