Saturday 8 December 2018

ସାଗର ଓ ବେଳାଭୂମି

ସାଗର...
ମୁଁ ଯେ ସାଗର ନୀଳ ଢେଉ ହୋଇ,
ଯାଏ ପୁଣି ଫେରିଆସେ,
ଯେତେ ସବୁ ଦୁଃଖ, ରାଗ ଅଭିମାନ,
କୁହେ ବେଳାଭୂମି ପାଶେ।

ତୁମେ ବେଳାଭୂମି ଧିର ସ୍ଥିର ସଦା,
କୋମଳ ମୋହ ସକାଶେ,
ସହି ଚାଲ ମୋର ଢେଉର ପ୍ରହାର,
କୁହ ଭଲା କିବା ଆଶେ?

ବେଳାଭୂମି....
ହେ ପ୍ରିୟ ସାଗର ଧନ୍ୟ ମୋ ଜୀବନ,
ସାର୍ଥକ ତୋର ପରଶେ,
କୋମଳ ମୋହର ବାଲି କଣ ଯେତେ,
ଶୁଦ୍ଧ, ସ୍ଵଛ ତୋ ସକାଶେ।

ତୁମ ରାଗ, ରୁଷା, ମାନ ଅଭିମାନ,
ସବୁ ପ୍ରୀତି କାରବାର।
ଆମ ମିଳନ ଓ ବିଚ୍ଛେଦର ଖେଳ,
ଅନନ୍ତ ସୁଖ ଭଣ୍ଡାର ।


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...