Saturday 1 December 2018

ଅଥ ପାଗଳ ଉବାଚ

ଶରୀରେ ଯେହ୍ନେ ଜିନ୍ନଧର୍ମୀ ପ୍ରାଣହୀନ ବସ୍ତ୍ର ପରିଧାନ,
ତେମନ୍ତ ଶାଶ୍ଵତ ଆତ୍ମା ପରେ ଭଙ୍ଗୁର ଦେହ ଆଚ୍ଛାଦନ।

ଭୋଗ ଲାଳସା, ସଂଲଗ୍ନ କର୍ମ ଦେହବୋଧ ସକଳ,
ଆତ୍ମ ଉପଲବ୍ଧିର ସିନା କ୍ଷୟ ଉପାୟ କେବଳ।

କାମ, କ୍ରୋଧ, ଲୋଭ, ମୋହ, ଭୟ, ମିଥ୍ୟା, ଛଳ,
ଆତ୍ମାର ଆଧ୍ୟାତ୍ମ ମାର୍ଗ ଯାତ୍ରାର ବାଧା ପ୍ରବଳ ।

ଦେହବୋଧରେ ପାର୍ଥିବ ପଛେ ଧାବମାନ ହୋଇବା ବେଭାର,
ଛାୟାକୁ ବାସ୍ତବ ଭବି ଧରିବା ପ୍ରୟାସ ପ୍ରକାର।

ଆତ୍ମାଜ୍ଞାନୀ ଧୀରେ ନ ଧରନ୍ତି  ଚିତ୍ତେ ସେ ଦେହବୋଧ, 
ନ ଥାଏ ତାହାଙ୍କର ବଡ-ସାନ, ବର୍ଣ, ଲିଙ୍ଗ ଭେଦାଭେଦ। 

ପରମର ଟେର ପାଇ କି କେ ରମେ ଏ ଧରାଧାମରେ?
ଆତ୍ମା ଜ୍ଞାନ ଥାଇ କେ କି ଭ୍ରମେ ଦେହ ଭ୍ରମରେ?

ସାଧୁତା, ସାଧନା, ସତସଙ୍ଗ, ଆଧ୍ୟାତ୍ମିକ ବିଶଦ୍ଜ୍ଞାନ,
ପାର୍ଥିବ ମାୟା ଭଉଁରୀରୁ ଉଦ୍ଧାରେ ଉତ୍କଣ୍ଠିତ ମୁନି ମନ। 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...