Friday 12 April 2019

ଅକ୍ଷୟ ଭଗତି ଭାବ

ଚିତ୍ତ,ଚୈତନ୍ୟ,ବଚନ, କର୍ମ ରଖିବି ପବିତ୍ର,
ତେବେ ହିଁ ତ ହେବି ହରି ତୁମ ପ୍ରିୟପାତ୍ର।  

ଜାବୁଡି ଧରି ରଖିବି ସଦା ସତ୍ୟ ପଥ, 
ହାରି ଅସାର ସଂସାରୁ ଜିଣିବି ତୋ ଚିତ୍ତ । 

କରିବି ତୋ ମନ ଚାହିଁ ସଦା ପୂଣ୍ୟ କାର୍ଯ୍ୟ,
ପୀଡା ସହି ଗାଇ ଯିବି ତୋ ଲୀଳା ମାଧୁର୍ଯ୍ୟ।

ତୃଣ ଠାରୁ ଊଣା ମୋର ନିଉନ ଜୀବନ,
ତୋ ବିଶାଳ ବିସ୍ତାରକୁ କରିବ କଳନ ।

ପାଇବି କି ନ ପାଇବି ତୋତେ ଏ ଜୀବନେ,
ଏ ତୁଚ୍ଛ ଭାବନା କେବେ ନ ଆଣିବି ମନେ।

ତୁମ ଠାରେ ଆସ୍ଥା ହରି ତୁମେ ମୋ ସନ୍ତୋଷ,
ଦିଅ ଅକ୍ଷୟ ଭଗତି ଭାବ ଏତିକି ମୋ ଆଶ।



No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...