Tuesday 30 April 2019

ବୈଦ୍ୟନାଥ ଧାମ ବା ବୈଜୁନାଥ ଧାମ ୫

ଅନନ୍ତ, ଅବ୍ୟକ୍ତ ହରି ଲୀଳା ତାହାଙ୍କ ଅଦ୍ଭୁତ,
ସନ୍ଥଜନ କଲ୍ୟାଣକୁ ଉଦ୍ୟତ ପ୍ରଭୁ ସତତ,
ଦେବ ଇଚ୍ଛା ସଂରକ୍ଷଣ, ଦୈତ୍ୟ ବାଞ୍ଛା ପରାହତ,
ବଡ କୌଶଳରେ ଆଜି କରିଲେ ହରି ନିଶ୍ଚିତ।

ଅନ୍ତର୍ଧ୍ୟାନ ହେଲେ ବିଷ୍ଣୁ ବିଧି କାର୍ଯ୍ୟ କରି ପୂର
ସ୍ଥାପିତ ହୋଇଲେ ଶିବ ପୂଣ୍ୟ କରି ଦେବଘର,
ଦେବେ ଦେଲେ ବିଲ୍ଵପତ୍ର, ପୁଷ୍ପବର୍ଷା  ଉପହାର,
ହର ଗୁଣଗାନ ରତ  ହେଲେ ଗନ୍ଧର୍ବ କିନ୍ନର ।

ନିସ୍ତାର ଉତ୍ତାରେ ଦୈତ୍ୟ ଫେରି ପାଇଲା ସମ୍ବିତ,
ଦେଖି ମଙ୍ଗଳ ଲକ୍ଷଣ ହେଲା ଅତୀବ ଚକିତ,
ଆଶଙ୍କିତ ଚିତ୍ତେ କଲା ଚଉଦିଗେ ଦୃଷ୍ଟିପାତ
ନ ଦେଖି ବୈଜୁକୁ କାହିଁ ଦଉଡିଲା ଇତସ୍ତତ ।

ଦେଖିଲା ହୋଇ ବିସ୍ମିତ ଶିବ ଛନ୍ତି  ଭୂମିପରେ,
ପରିପୂର୍ଣ  ଆଚ୍ଛାଦିତ ଅଛନ୍ତି  ପତ୍ର ପୁଷ୍ପରେ,
ଦିବ୍ୟ ଜ୍ୟୋତି ପରିବ୍ୟାପ୍ତ ପ୍ରଭୁଙ୍କର ଚୌଦିଗରେ,
ଦେବ ଦୁନ୍ଦୁଭିର ସୁର ବାଜୁଅଛି ଅଦୃଶ୍ୟରେ ।

କୈଳାସର ପବିତ୍ରତା, ପରିପାଟୀ ଓ ସୁଗନ୍ଧ
 ଦେଖି ବିଗଳିତ ହେଲା ରବଣର ଭକ୍ତ ହୃଦ,
କର ଯୋଡି ଆଣ୍ଠୁ ମାଡି ଉଚ୍ଛାରିଲା ସ୍ତୋତ୍ର ଶବ୍ଦ,
କ୍ଷଣ ପାଇଁ ଭୁଲିଗଲା କାଳ, ସ୍ଥିତି ଭେଦା ଭେଦ।   

ଉପାସନା ଅନ୍ତେ ତାର ଆସିଲା ଉଦ୍ଦେଶ୍ୟ ଜ୍ଞାନ,
ଘେନିଯିବ ଲଙ୍କାପୁରେ ପ୍ରଭୁଙ୍କୁ କରିଛି ପ୍ରଣ,
ବେନି ହସ୍ତେ  କଲା ଶିବ ଉତ୍ତୋଳନର ପ୍ରଯତ୍ନ,
ନ ଟଳିଲେ ତିଳେ ପ୍ରଭୁ  ରାବଣ ଚିତ୍ତ  ବିଷନ୍ନ ।
                                            କ୍ରମଶଃ .....


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...