Friday 26 April 2019

ବୈଦ୍ୟନାଥ ଧାମ ବା ବୈଜୁନାଥ ଧାମ ୪

ନମସ୍ତେ ଧର୍ମରକ୍ଷକ,ପ୍ରଜାପାଳ, ନାରାୟଣ
ହୃଷୀକେଶ,ତ୍ରିଲୋକେଶ, ସୁରାରିହ, ଅର୍ତତ୍ରାଣ,
ପୂତାତ୍ମା, ପୁରୁଷୋତ୍ତମ, ଶ୍ରୀନିବାସ, ଭକ୍ତପ୍ରାଣ
ସ୍ଵୟଂଭୂ, ସ୍ଵୟଂସମ୍ପୂର୍ଣ, ସୃଷ୍ଟିଧର, ଜନାର୍ଦନ ।

ଯେବେ ଯେବେ ଧର୍ମ ପରେ ଘୋଟି ଆସଇ ଶଙ୍କଟ,
ସୃଷ୍ଟି ଯେବେ ଅହଂ ଭରେ ହୁଏ କାହିଁ ପଥ ଭ୍ରଷ୍ଟ
ସାଧୁ ସନ୍ଥ ଚିତ୍ତ ଯେବେ ହୋଇଯାଏ ଭୟଗ୍ରସ୍ତ,
ଆସ ତୁମେ ଅବତରି ଧରାରେ ହେ ଭକ୍ତନାଥ ।

ସୃଷ୍ଟି କରିଛି ସାହସ ରଚିବ ବିଧି ବିଧାନ,
ଶିବଙ୍କୁ ଲଙ୍କା ସୁରକ୍ଷା କାର୍ଯେ ରଖିବ ରାବଣ,
ଦେବଦମ୍ଭ ହେବ ଚୁର୍ଣ, ହରଙ୍କର ଅପମାନ
ସହି ବି କିପରି ଥାନ୍ତେ ସୁରଶଙ୍କଟମୋଚନ ।

ବରୁଣଙ୍କ ପ୍ରଭାବରେ ରାବଣ କଲା ଉଛୁର,
ରଖିଦେଲେ ସେହିଠାରେ ଲିଙ୍ଗଙ୍କୁ ପରମେଶ୍ଵର,
ଦେଖି ବିଷ୍ଣୁଙ୍କ ଚାତୁର୍ଯ୍ୟ ପ୍ରୀତ ହେଲେ ସର୍ବ ସୁର,
ପବିତ୍ର ହୋଇଲା ସ୍ଥାନ, ଧନ୍ୟ ହେଲା ଦେବଘର।
....                                           କ୍ରମଶଃ....

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...