Tuesday 23 April 2019

ବୈଦ୍ୟନାଥ ଧାମ ବା ବୈଜୁନାଥ ଧାମ ୩

ନମସ୍ତେ କୈଳାସଜ୍ୟୋତି, ଭୈରବ,ଅକ୍ଷୟଗୁଣ
ଧ୍ଯୁତିଧର, ଭୂତେଶ୍ଵର, ଈଶାନ, ଫଣିଭୁଷଣ,
ଭାଲନେତ୍ର,ବଜ୍ରହସ୍ତ,  ଓଂକାର,ପୁଷ୍ପଲୋଚନ,
ଲୋକପାଳ, ଭୂତପାଳ, ନମସ୍ତେ ପ୍ରିୟଦର୍ଶନ ।


ଭାଳେଣି କରିଲେ ଦେବ କଇଳାସ ହେବ ଶୂନ୍ୟ,
ହେବ ଦାନବ ଅଜେୟ ଭୟାକ୍ରାନ୍ତ ଦେବ ମନ,
କାହିଁ  ହେବ  ଦେବ ସ୍ଥାନ କରିବ ଦୈତ୍ୟ ଚୟନ,
ଦେବଙ୍କ ଭାଗ୍ୟ ନିୟନ୍ତା ହୋଇବ ଏବେ ରାବଣ ।

ମନ୍ତ୍ରଣା କରିଲେ ସୁର ପହଞ୍ଚି ବିଷ୍ନୁଙ୍କ ପୁର,
କରିବାକୁ ଅସଫଳ ଅଭିପ୍ରାୟ ଦାନବର,
ବରୁଣ ହେବେ ପ୍ରବେଶ ଗୋପନେ ଦୈତ୍ୟ ଉଦର,
ଆଚମନ ଜଳ ସହ, ଆଜ୍ଞା ଦେଲେ ଚକ୍ରଧର।

ବିଧି ବିଧିରେ କରିଲା ଯାହା ଚତୁର ଭିଆଣ,
ପାଞ୍ଚି ଦେବତାଙ୍କ ସ୍ଵାର୍ଥ ତଥା ଜଗତ କଲ୍ୟାଣ,
ନ ପାଇଲା ଟେର ତାର ବିଜ୍ଞ, ଶାସ୍ତ୍ରଜ୍ଞ ରବଣ,
ଆତ୍ମା ସଦା ତୁଚ୍ଛ ରେଣୁ ହରି ପର୍ବତ ପ୍ରମାଣ ।

ଦେହୀଙ୍କର ଜ୍ଞାନ, ବୁଦ୍ଧି, ଚିନ୍ତନ ସଦା ସୀମିତ,
ତେଣୁ ତା କ୍ଷମତା କ୍ଷେତ୍ର ଅତି କ୍ଷୁଦ୍ର ବଦ୍ଧବୃତ୍ତ,
ଦେବଘର ଆଗମରେ ଦୈତ୍ୟ ହେଲା ବ୍ୟତିବ୍ୟସ୍ତ,
ଲଘୁଶଙ୍କାକୁ ରାବଣ ଉଦ୍ୟତ ହେଲା ତୁରିତ।

ଏହି ବେଳେ ମାୟାଧର ନିଜ ମାୟାକୁ ବିସ୍ତାରି,
ହୋଇଗଲେ ଉପସ୍ଥିତ ଗୌଡ ବୈଜୁ ନାମ ଧରି, 
 ହରି ହସ୍ତେ ହର ଦେଇ ନିସ୍ତାରେ ଗଲା ରାମାରି
ବିଧି ବିଧାନ ମାର୍ଗକୁ ସହଜେ ପ୍ରଶସ୍ତ କରି ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...