Monday 24 June 2019

ଏକ ଭିନ୍ନ ସ୍ଵାଦର କବିତା

କାଠ ଖଣ୍ଡେ ଜଳିବାର ଦେଖି,
ମନ ମୋର ହେଲା ଟିକେ ଦୁଃଖି
ମୁଁ ବି ତ ଦିନେ ଏହି କାଠ ପରି
ଜଳି ଯିବି, ଯେବେ ଯିବି ମରି ।

ତେବେ କିସ ପାଇଁ ଏତେ ମାନ,
ଏତେ ଅଭିମାନ, ମନ ପାପାଚ୍ଛନ୍ନ,
କଣ ପାଇଁ ମିଛ ଖଚ, ଶତ୍ରୁତା, ମିତ୍ରତା
ଖଳ ବୁଦ୍ଧି, ଲୁଚାଲୁଚି,ଛଳପୂର୍ଣ କଥା।

କାହିଁ ଅବା ଏତେ ମୋହ ମାୟା,
କି ପଛରେ ମନ ହୁଏ ବାୟା,
ଯେବେ ସବୁ ଦିନେ ଜଳି ଯିବ,
ଯେବେ ଏହା ହିଁ  ମୋ ଭବିତବ୍ୟ।



No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...