Thursday 27 June 2019

ସେ ରଙ୍ଗା ପଦ

ଧୀରେ ଧରି ଧୀ ରେ,
ଧ୍ୟାୟୀ ନିରନ୍ତରେ,
ପାଆନ୍ତି ଯାହା ଆହ୍ଲାଦ। 
ପରମ ଶାଶ୍ଵତ,
ପବିତ୍ର ତୀରଥ,
ଏହି ସେହି ପଦ ପଦ୍ମ।

ଅସାର ସଂସାରେ,
ମାୟାର ଫନ୍ଦାରେ,
କାହୁଁ ଅଛି ସେ ସୌଭାଗ୍ୟ। 
ସେ ଛନ୍ଦା ପଦରେ,
ବନ୍ଧା ହେବା ପରେ,
ମୁକ୍ତିର ମିଳେ ସୁଯୋଗ। 

ସେ ରଙ୍ଗା ପଦରେ,
ବୁଡ଼ି ଆସ୍ଥା ଭରେ,
ହାରିବି ଯେବେ ଅସ୍ତିତ୍ଵ।
ନିଶ୍ଚେ ଅବଧିରେ,
ତାହାର କୃପାରେ,
ହୋଇବି ତାହାଙ୍କ ଭକ୍ତ। 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...