Wednesday 26 June 2019

ସମୟ ନଦୀରେ

ଚିରସ୍ରୋତା ସମୟ ନଦୀରେ,
ମୁଁ ଏକ ତୁଚ୍ଛ ପତ୍ରଟିଏ,
ତାର ପ୍ରଖର ପ୍ରବାହରେ,
ଅସହାୟ ଭାସି ଭାସି ଯାଏ । 

କେମିତି ଓ କେବେ ବୁଡି ଯିବି,
ସେ କଥା ମୁଁ  କିଛି ହିଁ ଜାଣିନି,
ଜାଣିଛି ବୁଡିବା ଧୃବ,
ତେଣୁ ମୁଁ ତା କେବେ ହିଁ ଭାଳେନି। 

ମୁଁ କେବଳ ଭବିଚାଲେ,
ଏ ସ୍ରୋତେ ମୁଁ କେମିତି ଭାସିବି,
ଏତେ ଛୋଟ ଯାତ୍ରା ମଧ୍ୟେ,
କାହାର କି କାମେ ମୁଁ ଆସିବି। 

ତୁଚ୍ଛ ଏଇ ଜୀବନଟି,
କି କରିଲେ ହୋଇବ ସାର୍ଥକ,
କିପରି ଭାସି ଚାଲିଲେ,
ସନ୍ତୁଷ୍ଟ ମୋ ହୋଇବ ବିବେକ । 

କି କର୍ମ କଲେ ହୋଇବେ,
ତୁଷ୍ଟ ଦେବ ଦେବ ନାରାୟଣ,
କି କର୍ମ କଲେ ହେବନି,
ଧରାରେ ମୋ ପୁନରାଗମନ।   

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...