Monday 17 June 2019

ତୁମ ଭାବ ତୁମେ ଜାଣ

ଭିଜାଇ ପାରେନା ଆଖି,
ଏ ସଂସାର ରୁକ୍ଷ ଆଚରଣ,
ହୁଏନା ମୁଁ ତିଳେ ଦୁଃଖି,
ଆସେ ଯେବେ ଜୀବନେ ଦୁର୍ଦିନ।

ବୋହିଯାଏ ନଦୀ ହୋଇ,
ସେତେବେଳେ ଏ ଦୁଇ ନୟନ,
ଆସ ଯେବେ ତୁମେ ସାଇଁ,
ଛୁଇଁ ଛୁଇଁ ମୋ ବିଦଗ୍ଧ ମନ। 

ଏକ ସ୍ଥଳେ ଦୃଢ ମନ,
ଆନ ସ୍ଥଳେ କି ପାଇଁ ନରମ,
ଜାଣିନି ମୋ ବଦ୍ଧ ଜ୍ଞାନ,
ଏ କି ତୁମ ପ୍ରୀତିର ଧରମ?

ଜାଣେନା ମୁଁ ନାରାୟଣ,
ତୁମେ କଣ ମୋତେ ଭଲପାଅ?
ତୁମ ଭାବ ତୁମେ ଜାଣ,
ମୁଁ ଜାଣିମି କେଉଁ ପରି କୁହ ?

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...