Sunday 15 April 2018

ଗଲା କଥା ବଡ ବ୍ୟଥା (ଚମ୍ପୁ)


ଗଲା କଥା ବଡ ବ୍ୟଥା, ଲୋ ମିତଣୀ ଗଲା କଥା ବଡ ବ୍ୟଥା,
ଗରଜେ ସିନା ମୁଁ ଅରଜି କରିଲି ବୁଝିଲୁ ତୁ ଯା ଅନ୍ୟଥା ।
                               ଲୋ ମିତଣୀ, ବୁଝିଲୁ ତୁ ଯା ଅନ୍ୟଥା

ଗଭୀର ନଦୀରେ ନାବ ମେଲି ଥିଲି ତତେ କରି ମୁଁ ନାଉରୀ
ଗଣ୍ଡ ଦେଖି ମତେ ଠେଲି ଦେଲୁ କିଆଁ, କେମନ୍ତେ ହୋଇବି ପାରି।
                             ଲୋ ମିତଣୀ, କେମନ୍ତେ ହୋଇବି ପାରି
                                                                                  
ଗଡ ଜିଣିବାର ଆଶେ, ଲୋ ମିତଣୀ ଗଡ ଜିଣି ବାର ଆଶେ,
ଗୁରୁ ତତେ କରି ଶରଣ ଗଲି ମୁଁ ଜାଣୁ କି କେଡେ ବିଶ୍ଵାସେ ।
                          ଲୋ ମିତଣୀ ଜାଣୁ କି କେଡେ ବିଶ୍ଵାସେ ।

ଗଭୀର ଅସ୍ଥାରେ, କଠୋର ନିଷ୍ଠାରେ ଗଙ୍ଗା ମଣି ପୂଜା କଲି,
ଗରିଷ୍ଠ କଷଣ ଦେଇ ଚାଲିଗଲୁ,ସଂସାରୁ ମୁଁ ସିନା ଗଲି ।
                        ଲୋ ମିତଣୀ, ସଂସାରୁ ମୁଁ ସିନା ଗଲି ।

ଗାଇ ଗଲି ତୋର ଗୀତୀ ରେ ମିତଣୀ ଗାଇ ଗଲି ତୋର ଗୀତୀ,
ଗୋଟାଇ ନିଅ ବା ଫିଙ୍ଗି ଦିଅ ମତେ ଯାହା ଇଚ୍ଛା ତୋର ମତି ।
                            ଲୋ  ମିତଣୀ, ଯାହା ଇଚ୍ଛା ତୋର ମତି

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...