Friday 30 November 2018

ଚକ୍ର ମଣୋହି

ଯାଇ ପରିବିନି,
ତୋ ଗର୍ଭଗୃହକୁ,
ପାପ ଭାର ହେଉ ନାହିଁ ବୋହି,
ମନ୍ଦିର ବାହାରେ,
ଦେବି ଶ୍ରଦ୍ଧା ଅର୍ଘ୍ୟ,
କରିବି ମୁଁ ଚକ୍ର ମଣୋହି।

ଇଚ୍ଛା କଲେ ତୁମେ,
ନିଶ୍ଚେ ଜଗନ୍ନାଥ,
ନେବ ତୁମ ହାତ ବଢେଇ,
ନ ଥିଲେ ଶରଧା,
ମୋ ଠାରେ ଠାକୁରେ,
କାନ୍ଦି କାନ୍ଦି ଯିବି ପଳେଇ।

ସଂସାର ଦରବ,
ମାଗି ଆସିନି ମୁଁ,
କୈବଲ୍ୟରେ ମୋର କାର୍ଯ୍ୟ ନାହିଁ,
ଯିବି ହୋଇ ତୃପ୍ତ,
ହେବି ପାପ ମୁକ୍ତ
ଯିବି ଯେବେ ତୁମ ସ୍ନେହ ପାଇ।


ଦ୍ରଷ୍ଟବ୍ୟ...ଶ୍ରୀମନ୍ଦିର ଚୂଡାରେ ଶୋଭୟମାନ ନୀଳଚକ୍ର ବାସ୍ତବରେ ନାରାୟଣଙ୍କର  ସୁଦର୍ଶନ ଚକ୍ର। ଶ୍ରୀକ୍ଷେତ୍ର ପୁରୀ ଯାଉଥିବା ଭକ୍ତମାନେ ଦୂରରୁ ନୀଳଚକ୍ରକୁ ଦେଖି ଭକ୍ତିପୂତ ନୈବେଦ୍ୟ ଅର୍ପଣ କଲେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ ସୁଖ ପ୍ରାପ୍ତ ହୋଇଥାନ୍ତି ।ଏହା ପତିତପାବନ ବାନାର ଧାରକ ଏବଂ ଚକ୍ର ନାରାୟଣ ନାମରେ କ୍ଷାତ।ଏହି ନୀଳଚକ୍ର ଉଦେଶ୍ୟରେ ସମର୍ପିତ ନୈବେଦ୍ୟକୁ ଚକ୍ର ମଣୋହି କୁହାଯାଏ ।

1 comment:

  1. ସୁନ୍ଦର୍ ଭକ୍ତିପୂତ ନବେଦନ ଶ୍ରୀ ଜଗନ୍ନାଥଙ୍କ ପାଖରେ,, ଖୁବ୍ ହୃଦୟସ୍ପର୍ଶି ।

    ReplyDelete

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...