Monday 1 July 2019

ତୋ ଭାବ ଅମୃତ

ଯେଉଁ ଅବଧିରେ,
ଦୁନିଆ ଚିନ୍ତାରେ,
ହୁଏ ମନ ଇତସ୍ତତଃ,
ସେହି ସମୟରେ,
ତୋ ଭାବରୁ ଦୂରେ,
ରହେ ଚିତ୍ତ ଜଗନ୍ନାଥ। 

ସେ ବିଷ ସମୟ,
ଆହେ ଲୀଳାମୟ,
ବେଳୁଁ ବେଳୁଁ ହେଉ କ୍ଷୟ,
ତୋ ଭାବ ଅମୃତ,
ଢାଳି ଅପ୍ରମିତ,
କର ତାକୁ ପୂଣ୍ୟମୟ। 

ଦୂର ହୋଇଯାଉ,
ଭଙ୍ଗୁରର ଚିନ୍ତା,
ଆସୁ ଶାଶ୍ଵତ ଭାବନା,
ସ୍ଥିର ହେଉ ଚିତ୍ତ,
ତୋ ପୂଣ୍ୟ ଚରଣେ,
ନ ହୁଏଁ ମୁଁ ଆନମନା ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...