Wednesday 23 January 2019

କହିବାକୁ ମନେ ଥିଲା

କହିବାକୁ ମନେ ଥିଲା ବହୁ କିଛି,  
ଶୁଣିବାକୁ ତୁମେ କିନ୍ତୁ କରିଦେଲ ମନା, 
ତୁମ କଥା ଆଉ ମୋ ବ୍ୟଥାର କଥା
ମନରେ  ଅବ୍ୟକ୍ତ ରହିଲା ସବୁ ଭାବନା । 

ଦେଖିବାକୁ ଚାହିଁଲନି ତୁମେ କିଛି,  
ଖୋଲି ପରା ଧରିଥିଲି ମୁଁ ମନ ଆଇନା,
ଯେତେ ଭାବି ହେଲେ ବସି  ଦିନରାତି, 
କି ଆସିଲା ତୁମ ମନେ ଜାଣି ମୁଁ ପାରେନା ।  

ଚାଲିଗଲ ନୀରବରେ ତୁମେ ଦୂରେ, 
ବିରହୀର ମନ କଥା ତୁମେ କି ଜଣାନା?
ଛଟପଟ ହୀନିମାନ ଏ ଜୀବନ,  
ନୀରସ ନିରୁତା ବିଷ ସବୁ ତୁମ ବିନା । 

ଭୁଲି ଯାଅ  ମୋ ନାମକୁ ମୋ ସ୍ନେହକୁ, 
କି ହୋଇବ ମୋର ଏଠି ତିଳେ ବି ଭାବନା
ଯହିଁ ରୁହ, ସୁଖେ ରୁହ ତୁମେ ସଦା, 
ଏତିକି ମୋ ତୁମ ପାଇଁ ହରିଙ୍କୁ ପ୍ରାର୍ଥନା । 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...