Monday 28 January 2019

ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ

ଚାନ୍ଦ ଜାଣେ ଧରଣୀର ବିରହ ବେଦନା,
ଅନ୍ଧକାରେ ଡୁବି ଯାଏ ନ ଥିଲେ ଜୋଛନା,
ବିନିଦ୍ର ବିରସେ ତାର ରାତି କଟି ଯାଏ,
ଆସିବ ଇଛୁଣି ଆସିବ ଭାବି ହେଉଥାଏ,
ପ୍ରଗାଢ ବିଶ୍ଵାସେ ନଭେ ଚାହିଁ ରହିଥାଏ,
ସବୁ ଜାଣି ଅଜଣା ସେ ଚାନ୍ଦ ଯେବେ ହୁଏ,
ବିଚରା ଧରଣୀ ପାଶେ କି ଉପାୟ ଥାଏ,
ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ।

ମାଟି ହିୟା ତପ୍ତ ଶୁଷ୍କ ବୁନ୍ଦେ ଜଳ ପାଇଁ,
ଏମିତି ନୁହେଁ କି ବାଦଲ ତାହା ଜାଣି ନାହିଁ,
ମନୁଆ ସେ ନ ବରଷି ଭାସି ଭାସି ଯାଏ,
ମାଟି ଶୋଷ ମାଟିର ମନରେ ମରିଯାଏ,
ଆଶା ଭରା ଦୃଷ୍ଟି ତା ଗଗନେ ଲାଖି ଥାଏ,
ତା ବିଳାପ ଶୁଣି ବି ସେ ଦୂରେ ହଟି ଯାଏ,
ବିଚରା ମାଟି ଭାବଇ କରା କି ବା ଯାଏ, 
ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ । 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...