Tuesday 29 January 2019

ସାହା ତାର ହୁଅନ୍ତୁ ଶ୍ରୀହରି

ସେ ନୁହେଁ  ବିଗତ ସମୟ
ଭବିଷ୍ୟତେ ପାରିବନି ଫେରି,
ପଥ ହୁଡା ବାଟୋଇ ସେ,
ମୋ ଠିକଣା ଯାଇଛି ପାଶୋରି। 

ଏଇ ଘର ଏ ଅଗଣା,
ତାର ଯେବେ ଯିବ ମନେ ପଡି,
ପଥ ଖୋଜି ଆସିବ ସେ,
ନିଶ୍ଚେ ଦିନେ ପଚାରି ପଚାରି । 

ବାନ୍ଧି ଆଣିବ ମୋ ପାଶେ,
ତାକୁ ବଳେ ମୋ ସ୍ନେହର ଡୋରି,
ଶୁଦ୍ଧ ଶ୍ରଦ୍ଧାର ସମ୍ପର୍କ,
କେହି କି ବା ରହେ ଛାଡି କରି ।

ସକାଳୁ ଋଷିଲା ଲୋକ,
ସଞ୍ଜ ବେଳା ଆସେ ଯେବେ ଫେରି,
ନ ଧରନ୍ତି ଦୋଷ ତାର,
କୁହନ୍ତି ସେ କରିଦେଲା ଡେରି ।

ମନ ମୋ ବିକଳ ସଦା,
ଖାଲି ତାକୁ ହେଉଅଛି ଝୁରି,
କେମିତି ଅଛି ମୋ ମିତ,
ଆଶଙ୍କାରେ ମନ ହୁଏ ଘାରି।

ଯେତେ ଦୂରେ ଥାଉ ପଛେ,
ସାହା ତାର ହୁଅନ୍ତୁ ଶ୍ରୀହରି,
ସକୁଶଳ ରହିଥାଉ,
ଏଇଟୁକୁ କାମନା ମୋହରି । 
     
      

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...