Saturday 10 November 2018

ମୋ ପ୍ରୀତି ଉପରେ ତୁମର ଏକାଧିକାର

ମୋ ପ୍ରୀତି ଉପରେ ତୁମର ଏକାଧିକାର,
ହେ ପରମପ୍ରିୟ କୃଷ୍ଣ ମୋ ଜୀବନାଧାର ।
କେବଳ ତୁମେ ସତ୍ୟ, ନିତ୍ୟ, ଯଥାର୍ଥ, ସମର୍ଥ,
ଶେଷ ସବୁ ଛାୟା, ମାୟା, ଧୋକା, ଅସମର୍ଥ,
ତେଣୁ ମୋ ପ୍ରୀତି ଉପରେ ତୁମର ଏକାଧିକାର,
ହେ ମୁରଲିପାଣି, ମୋ ଜୀବନାଧାର ।


ଯେବେଠୁଁ ଜନ୍ମିଛି ମୁଁ ଏ ଧରାଧାମେ,
ଜାଣିଛି ପାଳିଛ ପ୍ରଭୁ ହେ ମୋତେ ତୁମେ,
ତେଣୁ ମୋ ମନ, ମୋ ତନ, ମୋ ଜୀବନ,
ସବୁ ତୁମର ମୋ ପ୍ରତି କୃପାର ନିଦର୍ଶନ
ମୋ ପ୍ରୀତି ଉପରେ ତୁମର ଏକାଧିକାର,
ହେ ମନମୋହନ, ମୋ ଜୀବନ ସମ୍ଭାର।

ମାଗି ନାହିଁ ତୁମକୁ ମୁଁ କେବେ କିଛି,
କିନ୍ତୁ ତୁମେ ଊଣା ତ ରଖିନ ମୋ ଜୀବନେ କିଛି,
କାହିଁକି ହାତ ପାତିବି ଆଉ  କାହା ପାଶେ,
ତୋ ଭିନ୍ନ କିଏ ବା ସମର୍ଥ, ମାଗିବି କେଉଁ ଅଶେ।
ମୋ ପ୍ରୀତି ଉପରେ ତୁମର ଏକାଧିକାର,
ହେ କୃଷ୍ଣ ପ୍ରିୟତମ,ଜୀବନାଧିପ ମୋର।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...