Saturday 17 November 2018

ଶ୍ରୀରାଧାପଦେ ଶରଣ

ଯେ ଦେବୀ ସ୍ମରଣ କରନ୍ତି ସଦା
               ମୋ ଆରାଧ୍ୟ ନନ୍ଦାକୁମାର
ସେ ଶ୍ରୀରାଧା ଚରଣ ଶରଣକୁ 
                ଅଧୀର ହୁଏ ମୋ ଅନ୍ତର।

ଗୋବିନ୍ଦ ଚିତ୍ତ ନିତ୍ୟ ବିହାରିଣୀ
              ହେ ପ୍ରେମମୟୀ ରାମାବର
ଘେନ ବିନମ୍ର ପ୍ରଣତି ଦାସର 
                   କର ଭାବସାଗରୁ ପାର।

 ହେ ଅଲୌକିକ, ସନାତନୀ ଦେବୀ 
                     ଦିବ୍ୟ ସାଥି ଅରିଧରର 
ଭାବ ଭକ୍ତି ପୂରିତ ଆରାଧନା
                     କରୁଛି ମୁଁ ତବ ପୟର।

କୃଷ୍ଣ ହୃଦସଙ୍ଗିନୀ କମଳିନୀ
                ହେ ପ୍ରୀତି ଭକ୍ତି ପାରାବାର
ଆହ୍ଲାଦିନୀ, ବୃନ୍ଦାବନବାସିନୀ
                ଶ୍ରୀରାଧାମାତେ କୃପା କର। 


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...