Tuesday 27 November 2018

ସେ ଶ୍ୟାମଘନ

ହାରିଗଲି ଯେବେ ଜୀବନ ରଣ,
ହାତ ଯୋଡି ଗଲି ମୁଁ ଶରଣ ।
ହରିନେଲେ ହରି ମୋ ଦୁଃଖ କଷଣ,
ହୃଷ୍ଟ ହେଲା ମୋ ଜୀବନ ହେ,
ତୁଷ୍ଟ ହେଲା ମୋର ମନ।

ହଟିଲେ କାମ, କ୍ରୋଧ ଛାଡି ମନ,
ହତ ହେଲେ ଯେତେ ଅବଗୁଣ, 
ହୃଦ ମୋର ହେଲା ତାଙ୍କ ପ୍ରେମେ ପୂର୍ଣ୍ଣ,
ହସି ଉଠିଲା ଭୁବନ ହେ,
ହଟିଙ୍କ ପ୍ରୀତି ଭିଆଣ ।

ହେଲା ଚିତ୍ତ ବ୍ୟୋମ ଚିନ୍ତା ଘନ ଶୂନ୍ୟ,
ହର୍ଷିତେ ଭ୍ରମିଲେ ଶ୍ୟାମଘନ
ହାରି ଜୀବନ ମୁଁ ଜିତିଲି ମୋହନ,
ହେଲି କୃତକୃତ୍ୟ ଧନ୍ୟ ହେ,
ହରି ପଦେ ସମର୍ପଣ।

1 comment:

  1. ବହୁତ ସୁନ୍ଦର ଭାବପୂର୍ଣ୍ଣ ଜଣାଣ, ଚମତ୍କାର ସଂରଚନା ।

    ReplyDelete

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...