Friday 16 November 2018

ନୀଳକଇଁ

ମୋ ମନ ପୁଷ୍କରିଣୀରେ ତୁମେ,
ସଜଫୁଟା ସୌମ୍ୟ ନୀଳକଇଁ,
ମୃଦୁ ମନ୍ଦ ପରଶେ ତୁମେ,
ମୋ ପ୍ରାଣକୁ ଆସ ଛୁଇଁ ଛୁଇଁ ।

ଏ ମନ, ଜୀବନ ଶୋଭାନ୍ଵିତ,
ତୁମ ଦିବ୍ୟ ଉପସ୍ଥିତି ନେଇ,
ତୁମ ବିନୁ ରଙ୍ଗହୀନ,ଶ୍ରୀ ହୀନ ମୁଁ,
ମୋର କିଛି ପରିଚୟ ନାହିଁ ।

ତୁମ ସୁବାସେ ବିଭୋର,
ଦିବାରାତ୍ର ମୋର ମନ ଥାଇ,
ଲେଖି ଚାଲେ କେତେ ଛନ୍ଦ,
ପ୍ରିୟାଗୋ କେବଳ ତୁମରି ପାଇଁ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...