Sunday 25 November 2018

ତୋ ଶରଧା ପଥ

ଛନ୍ଦା ମୁଁ ତୋ ଚରଣେ,
ତୋ ପ୍ରୀତିର ବନ୍ଧନେ,
ହେ ପ୍ରଭୁ ଭକତ ବତ୍ସଳ।
ଶୁଣି ମୋର ଅରଜ,
ବଢାଇ ବେନି ଭୁଜ,
ଉଠାଇ ନିଅ ଆଦିମୂଳ।

ତୋ ସ୍ନେହେ ହୋଇ ଭୋଳ
ଛିଡୁ ମାୟା ଶୃଙ୍ଖଳ,
ଆତ୍ମାରେ ନ ରହୁ ମୋ ଦୋଷ
ରମୁଁ ସଦା ମୋ ଚିତ୍ତ ,
ତୋ ଲୀଳା ଧ୍ୟାନ ପଥ,
ତୋ ପଦରେ ରହି ସନ୍ତୋଷ ।

ସଂସାରେ ଆଉ କିଛି,
ସାର ଅବା କି ଅଛି,
ତୋ ପ୍ରୀତି ନିଧି ପ୍ରାପ୍ତି ଠାରୁ,
କରିବି ମୁଁ କାମନା,
ହୋଇକି ମୂଢମନା,
ଆହେ ମୋ ବାଞ୍ଛା କଳ୍ପତରୁ।

ମନେ ନାହିଁ ମୋ ଭୋକ,
ଭୋଗିବି ଭବ ସୁଖ,
ତୁମ ସ୍ନେହରେ ମୋ ମନ
ସ୍ଵର୍ଗ ନୁହେଁ ମୋ ଲକ୍ଷ୍ୟ
ଲୋଡା ନାହିଁ ମୋ ମୋକ୍ଷ
ତୋ ପଦ ସେବୁ ମୋର ପ୍ରାଣ।





No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...