Sunday 12 April 2020

ତିନି ଦିଅଁ

ବାମେ ବଡ ଭାଇ ମଝିରେ ଭଉଣୀ
ଦକ୍ଷିଣେ ଶ୍ରୀକ୍ଷେତ୍ର ମଣି ବସେ
ବଡ ଦେଉଳରେ ରତନ ବେଦିରେ
କେଡେ ଶୋଭାବନ  ଦିଶନ୍ତି ସେ ।

ଶ୍ଵେତ, ପୀତ, କୃଷ୍ଣ ବର୍ଣ ସମାବେଶେ,
ମାନବ ସମାଜ ବିଜେ ତହିଁ
ଏ ସାରା ଭୁଲୋକେ ଏ ବିଚିତ୍ର ମେଳ
ଭକତେ ଦେଖିଛ ଅବା କାହିଁ।
କେଡେ କଉଶଳେ ସେ ଦିବ୍ୟ ବିନ୍ଧାଣି
ଏଥି ଗୂଢ ତତ୍ଵକୁ ପ୍ରକାଶେ
ବଡ ଦେଉଳରେ ରତନ ବେଦିରେ
କେଡେ ଶୋଭାବନ ସିଏ ଦିଶେ ।

ଖଣ୍ଡିତ ମୁରତି ଅଦ୍ଭୁତ ଆକୃତି
କଳିଯୁଗୀ ଜନ ମନ ପରି
ଅପୂର୍ବ ସମସ୍ତ ବିଭ୍ରାନ୍ତ ସର୍ବତ୍ର
ଜାଣି ସେ ଅଛନ୍ତି ରୂପ ଧରି। 
ତୃଷିତ ଭକତ ଚିତ୍ତ ଚକୋରକୁ
ଶୀତଳ ବିଧୁ କିରଣ କି ସେ
ବଡ ଦେଉଳରେ ରତନ ବେଦିରେ
କେଡେ ଶୋଭାବନ ସିଏ ଦିଶେ ।

ଦ୍ରଷ୍ଟବ୍ୟ ... ବିଶ୍ଵର ସମଗ୍ର ମାନବ ସମାଜର ଲୋକମାନଙ୍କ ଦେହର ରଙ୍ଗକୁ ଧଳା, ହଳଦିଆ ଓ କଳା ରଙ୍ଗରେ ବାଣ୍ଟି ଦିଆ ଯାଇପାରେ । ଯଦି ପାଠକମାନେ ଶ୍ରୀମନ୍ଦିରରେ ତିନି ଦିଅଁଙ୍କ ବର୍ନକୁ ଦେଖିବେ ତେବେ ବୁଝିପାରିବେ ବିଶ୍ବପତି ସମଗ୍ର ବିଶ୍ଵକୁ ପ୍ରତିନିଧିତ୍ଵ କରୁଛନ୍ତି।  ଯଦି ଦିଅଁ ମାନଙ୍କ ଅସମ୍ପୂର୍ଣ ଶାରୀରିକ ସଂରଚନାକୁ ଦେଖିବା ବୁଝିପାରିବା ସେମାନେ ଆଜିର ମଣିଷର ମନକୁ ପ୍ରତିନିଧିତ୍ଵ କରୁଛନ୍ତି। ଜୟ ଶ୍ରୀ ଶ୍ରୀକ୍ଷେତ୍ରପତି।   
  

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...