Sunday 26 April 2020

ଘନଶ୍ୟାମ

ବିହାୟସେ ଦେଖି ବାହିତ ନୀରଦ
        ଚିତ୍ତ ବୃନ୍ଦାବନେ ଭାବନା ଆସେ
ଶ୍ୟାମ ଘନ ନୁହେଁ ମୋ ଦୃଷ୍ଟି ପଥରେ 
       ଘନଶ୍ୟାମ ଶ୍ୟାମ ଶ୍ରୀଅଙ୍ଗ କି ସେ । 

ଇନ୍ଦ୍ରଧନୁ ଉଇଁ ସେ କୃଷ୍ଣ ଘନରେ
          ସତେ କି ଶିଖୀ ଚନ୍ଦ୍ରିକା  ପ୍ରକାଶେ 
ଚଞ୍ଚଳା ଝଟକ ନୀଳ କଳେବରେ 
            ପଟ୍ଟ ପୀତାମ୍ବରୀ ସଦୃଶ ଦିଶେ । 

ଧରିତ୍ରୀ ତାପକୁ ହୀନ କରିବାକୁ 
         ଝରିଲାଣି ଝର ଝର ହୋଇ ସେ  
ମୋ ଚିତ୍ତ ଚାତକ ତୋ କୃପା ବାରିକୁ 
        ଅପେକ୍ଷା କରୁଛି ପ୍ରଭୁତ  ଆଶେ। 

ଆସ ଅବତରି ମୋ ହୃଦ ଧରାକୁ
           ଆର୍ଦ୍ର କରି ତାକୁ ଭକତି ରସେ
ବହି ଚାଲୁ ମୋର ଏ ଦୁଇ ନୟନ
   ଶ୍ରାବଣେ ଧାରା ଯେପରି ବରଷେ । 

ବିହାୟସେ-- ଆକାଶରେ 
ଶ୍ୟାମ ଘନ --- କଳା ମେଘ
ଘନଶ୍ୟାମ ଶ୍ୟାମ ଶ୍ରୀଅଙ୍ଗ.... ଶ୍ରୀ କୃଷ୍ଣଙ୍କର କୃଷ୍ଣ ଦେହ 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...