Friday 24 April 2020

ଶରଣ

କିଛି ପ୍ରତିଆଶ ଥିବାରୁ କାଳିଆ
 ଧରି ନାହିଁ  ତୁମ୍ଭ ଚରଣ
ବଳି ପଡିବାରୁ ସଂସାର କଷଣ
ମାନି ନି ତୁମ୍ଭ ପ୍ରଭୁ ପଣ।

ମୋ ସାରା ସଂସାର ସୁଖ ପାରାବାର
ମୋର ଏ ସଫଳ ଜୀବନ
ଜଗତେ ଯେତେ ଯା ପାଇଛି ଠାକୁର
ସେ ସବୁ ତୁମ୍ଭ ଅବଦାନ ।

ବଞ୍ଚିଛି ମୁଁ ଆଜି ତୁମ୍ଭ ନାମ ଭଜି
ସବୁ ତୁମ୍ଭ କୃପା କାରଣ
ପ୍ରତି ନିଶ୍ବାସରେ ଭାଳେ ମୁଁ ଚିତ୍ତରେ
କେମିତି ସୁଝିବି ସେ ଋଣ।

କ୍ଷୀଣ ବଳ କ୍ଷଣ ଜୀବନ ପାଇଁ କି
ଦେବ ଋଣ ଗିରି ପ୍ରମାଣ
ଗିରିଧାରୀ ହାତ ଧରି ପଥ ଦେଖା
ପ୍ରଦୀପ୍ତ ଯାଉଛି ଶରଣ । 

ଜଗତ ରାଜା ହେ ମୁଁ ତୁମ୍ଭ ପରଜା
ଶାସନ କର ମୋର ମନ
ଭାବ କର** ଦେଇ କଲି ସମର୍ପଣ
ଏତେ ମାତ୍ର ମୋର ଅର୍ଜନ । 


* *ରାଜାଙ୍କୁ ତାଙ୍କର ପ୍ରଜା ନିଜ ମନ ଉପରେ ଶାସନର ଦାୟିତ୍ଵ ବଦଳରେ ଭାବର କର (tax) ଦେଇ ସମର୍ପଣ କଲା, କାରଣ ମାତ୍ର ଏତିକି ହିଁ ତାର ନିଜସ୍ଵ ଅର୍ଜନ। 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...