Tuesday 28 April 2020

କାଳିଆ ହେ, କମଳାଙ୍କ ରାଣ ତୋତେ

ବଡ ଦିଅଁ ବୋଲି ତୋ ଠାରେ ଭରସୀ
ତୋ ପ୍ରୀତିରେ ରସି, ତୋ ଚରଣେ ବସି
ପାଉଛି ଯେବେ ମୁଁ କଷଣ ଏତେ
କାଳିଆ ହେ, କମଳାଙ୍କ ରାଣ ତୋତେ
ମଲା ଗଲା ମଧ୍ୟେ ଗଣି ନେବୁ ଏବେ ମୋତେ।

ଭୁଲି ଯିବୁ କେହି ଥିଲା ଏ ଜଗତେ
ଭଲ ପାଉଥିଲା ପ୍ରାଣ ଭରି ତୋତେ
ଏ ସଂସାରେ ମୋର କେହି ନାହିଁ ପରି
ପଡି ରହିଲି ଯା ଯାତନା ପଥେ
କାଳିଆ ହେ, କମଳାଙ୍କ ରାଣ ତୋତେ
ମଲା ଗଲା ମଧ୍ୟେ ଗଣି ନେବୁ ଏବେ ମୋତେ।

ଅଭିମାନେ ପ୍ରଭୁ ମୋର କହିଲି ଯା କଥା ଏତେ
ଅଜ୍ଞାନୀ ଅବୁଦ୍ଧି ଜାଣି ଧରିବୁ ନାହିଁ ତୁ ଚିତ୍ତେ
ସବୁ କଷଣରୁ ବଡ ଆମ ପ୍ରେମ ଆମ ଐକ୍ଯ
ଜନ୍ମ ଜନ୍ମାନ୍ତର ପାଇଁ ଆମର ପ୍ରୀତି ସମ୍ପର୍କ
କାଳିଆ ହେ, କମଳାଙ୍କ ରାଣ ତୋତେ
ତୋ ହୃଦରୁ ଦୂରେ ନ ରଖିବୁ କେବେ ମୋତେ।  

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...