Saturday 21 July 2018

ବାହୁଡା ଯାତ

ବଡ ଦାଣ୍ଡ ବୁଡି ଯାଉଛି, ହେ ପ୍ରଭୁ ଜଗନ୍ନାଥ,
କେମିତି କରିବ ତୋ ଭକ୍ତ ତୋର ବାହୁଡା ଯାତ ।

ଘନ ଘୋର ଘନ ଘୋଟିଛି ଦିଶେ ପ୍ରଳୟ ପ୍ରାୟ,
ଗିରି ଧରି ଗିରିଧାରୀ ହେ ଟିକେ ହୁଅ ସଦୟ ।

ଭକ୍ତ ଭଗବାନ ପୀରତି କାହିଁ ହୁଏ ଖଣ୍ଡିତ,
ଭକ୍ତ ପ୍ରୀତି ପାଇଁ ଜଗା ତୁ କଳିରେ ପ୍ରତିଷ୍ଠିତ ।

ରଥ ଚକ ଚାଲୁ ଅଚିରେ ବଡ ଦାଣ୍ଡ ଉପରେ,
ବାଧା ତିଳେ କାଲି ନ ଆସୁ ତୋର ଯାତ ବିଧିରେ ।

ବଡଦେଉଳରେ ଲକ୍ଷ୍ମୀ ମା ଛନ୍ତି ତୋ ପଥ ଚାହିଁ,
ସସ୍ନେହେ ଛପନ ଭୋଗ ସେ ରନ୍ଧିଛନ୍ତି ତୋ ପାଇଁ ।

ଏ ଲୁହ, ଏ କୋହ ବୁଝିବୁ ତୋତେ ରହିଲା ରାଣ,
ଦାସ ପ୍ରଦୀପ୍ତର ଭରସା ତୋ ଠାରେ ଅର୍ତତ୍ରାଣ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...